କାଲି ରଥଯାତ୍ରା! ମହାପ୍ରଭୁଙ୍କୁ ନେଇ ପୁଣି ଇସ୍କନର ମନମାନି

ଭୁବନେଶ୍ୱର: ପୁଣି ଅଦିନରେ ଇସ୍କନ କରିବ ରଥଯାତ୍ରା । ରଥାରୂଢ଼ ଠାକୁରଙ୍କ ତ୍ରୁଟିପୂର୍ଣ୍ଣ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଲା ।

ଆସନ୍ତା କାଲି ଇଂଲଣ୍ଡର ଚେମସଫୋର୍ଡରେ ଆୟୋଜନ ହେବ ରଥଯାତ୍ରା । ଇସ୍କନ ତରଫରୁ ଏହି ରଥଯାତ୍ରାର ଆୟୋଜନ କରାଯାଉଥିବା ସୂଚନା ।

ସ୍ପିରିଚୁଆଲ ୟୁଟ୍ୟୁବର ଗୋବିନ୍ଦ କ୍ରିଷ୍ଣା ଦାସଙ୍କ ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ମେ’ ୧୮ ତାରିଖ ଦିନ ୧୨ଟାରୁ ୫ ଟା ପର୍ଯ୍ୟନ୍ତ ରଥଯାତ୍ରା କରାଯିବ ବୋଲି ପୋଷ୍ଟରେ ଉଲ୍ଲେଖ କରାଯାଇଛି ।

ବାରମ୍ବାର ଇସ୍କନ ପକ୍ଷରୁ ଏ ପ୍ରକାର ମନମାନି କରାଯାଉଛି । ଏ ନେଇ ତାଗିଦ୍ କରିବା ପରେ ବି ଇସ୍କନ ପକୃତି ବଦଳାଉ ନାହିଁ ।

ବର୍ତ୍ତମାନ ସୁଦ୍ଧା ପୁରୀରେ ଏ ଖବର ନେଇ କୌଣସି ପ୍ରତିକ୍ରିୟା ଆସି ନ ଥିବାବେଳେ ଇସ୍କନ ପକ୍ଷରୁ ମଧ୍ୟ କିଛି କୁହାଯାଇ ନାହିଁ ।