ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଚଢାଉ, ଏକ ମଲ୍‌କୁ ୧ ଲକ୍ଷ ଜରିମାନା

ମଲ୍‌କୁ ଏକ ଲକ୍ଷ ଟଙ୍କା ଜରିମାନା

ରାୟଗଡ଼ା: ଏକ ମଲ୍‌କୁ ୧ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି। ଏଫସିଆଇ ଛକରେ ଥିବା ମଲ୍‌ରେ ଚଢାଉ ଜାରି ରହିଛି। ଏ ନେଇ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଚଢାଉ ଜାରି ରହିଛି। ଏହି ମଲ୍‌ରେ ଅବଧି ଶେଷ ହୋଇଯାଇଥିବା ଖାଦ୍ୟ ପଦାର୍ଥ ସାମଗ୍ରୀ ଜବତ ହୋଇଛି।

ରାଜ୍ୟରେ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ବିଭିନ୍ନ ମଲ୍ ଏବଂ ଦୋକାନ ପରିଦର୍ଶନ କରି ଖାଦ୍ୟ ପଦାର୍ଥ ସାମଗ୍ରୀର ଯାଞ୍ଚ କରୁଛନ୍ତି। ବିଶେଷ କରି ପ୍ୟାକେଡ ଯୁକ୍ତ ଖାଦ୍ୟ ପଦାର୍ଥର ଏକ୍ସପାୟରୀ ଡେଟ୍‌କୁ ଆଗ ଯାଞ୍ଚ କରାଯାଉଛି। ଯେଉଁଥିରେ ସାଧାରଣ ଲୋକେ କୌଣସି କ୍ଷତିର ଶିକାର ନ ହେବେ। ଏହି ଦିଗରେ ଅଧିକ ଗୁରୁତ୍ୱ ଦିଆଯାଉଛି।

ଅବଧି ଶେଷ ହୋଇଯାଇଥିବା ଖାଦ୍ୟ ପଦାର୍ଥକୁ ଖାଇଲେ ଅନେକ ପ୍ରକାରର ରୋଗର ଶିକାର ହୋଇପାରନ୍ତି ଲୋକେ। ତେବେ ଏ ନେଇ ବର୍ତ୍ତମାନ ଖାଦ୍ୟ ସୁରକ୍ଷା ଅଧିକାରୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି ମଲ୍‌ରେ ୧ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି।