ଭୁବନେଶ୍ୱର: +୨ ପରୀକ୍ଷା ଫଳାଫଳକୁ ନେଇ ବଡ଼ ଖବର। ଆସନ୍ତାକାଲି ଅର୍ଥାତ ୨୧ ମେ’ ୨୦୨୫ରେ ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇବ। କାଲି ଅପରାହ୍ଣ ୪ଟାରେ ପ୍ରକାଶ ପାଇବ +୨ ରେଜଲ୍ଟ।
ବିଜ୍ଞାନ, କଳା, ବାଣିଜ୍ୟ ଫଳାଫଳ ଏକାଠି ପ୍ରକାଶ ପାଇବ। ୨ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଥିଲେ ମନ୍ତ୍ରୀ। ପରୀକ୍ଷା ଫଳ ବିଳମ୍ବକୁ ନେଇ ଅସନ୍ତୋଷ ବଢିଥିଲା। ତରବରିଆ ଭାବେ +୨ ପରୀକ୍ଷା ଫଳ ତାରିଖ ଘୋଷଣା କରାଯାଇଛି।
+୨ ପରୀକ୍ଷା ଫଳ ଆସିନଥିବାରୁ +୩ର ନାମଲେଖା ଅବେଦନ ଅବଧିକୁ ବୃଦ୍ଧି କରାଯାଇଛି। ଜୁନ ୧ ତାରିଖ ଯାଏଁ ନାମଲେଖା ଅବେଦନ ଅବଧି ବୃଦ୍ଧି ଘଟିଛି ବୋଲି ଘୋଷଣା କରାଯାଇଛି।