ଦୀଘା ମନ୍ଦିରକୁ ନେଇ ଶଙ୍କରାଚାର୍ଯ୍ୟଙ୍କ ବଡ଼ ବୟାନ “ଟଙ୍କା ପାଇଁ ମମତା ତିଆରି କରିଛନ୍ତି ଜଗନ୍ନାଥ ମନ୍ଦିର”

ପୁରୀ: ଦୀଘା ଜଗନ୍ନାତ ମନ୍ଦିର ପ୍ରସଙ୍ଗରେ ବର୍ଷିଲେ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ । ଧର୍ମିୟ ଭାବନା ନୁହେଁ ବରଂ ଆୟ ପାଇଁ ମନ୍ଦିର ତିଆରି ହୋଇଥିବା କହିଲେ ଶଙ୍କରାଚାର୍ଯ୍ୟ ।

ବହୁତ ସଂଖ୍ୟାରେ ଭକ୍ତ ପଶ୍ଚିମବଙ୍ଗରୁ ପୁରୀ ଆସିଥାନ୍ତି, ଯାହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୀଘା ଜଗନ୍ନାଥ ମନ୍ଦିର କରିଛନ୍ତି ।

କାଲି ରଥଯାତ୍ରାକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବି ବୋଲି ପ୍ରେସ ମିଟରେ କହିଛନ୍ତି ଶଙ୍କରାଚାର୍ଯ୍ୟ ।

ଆସନ୍ତା କାଲି ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ, ଯାହାକୁ ନେଇ ପ୍ରଶାସନିକ ସ୍ତରରେ ବଡ଼ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ସୁରକ୍ଷା ଓ ଯାତ୍ରା ସୁରୁଖୁରୁରେ କରାଯିବା ନେଇ ମନ୍ଦିର ପ୍ରଶାସନ ମଧ୍ୟ ତତ୍ପରତାର ସହ କାର୍ଯ୍ୟ କରିଥିବା କୁହାଯାଉଛି ।