ହଠାତ୍ ଯାତ୍ରୀବାହୀ ବିମାନ ୨୬,୦୦୦ ଫୁଟ ତଳକୁ ଖସିଲା, ମନକୁମନ ଖୋଲିଗଲା ଅକ୍ସିଜେନ୍ ମାସ୍କ
ଟଳିଗଲା ବଡ଼ ବିମାନ ଦୁର୍ଘଟଣା । ଡରରେ ଥରୁଛନ୍ତି ଯାତ୍ରୀ ।
ଟୋକିଓ: ଆଉ ଏକ ବଡ଼ ବିମାନ ଦୁର୍ଘଟଣା ହେବାରୁ ଅଟକିଗଲା । ଯାତ୍ରୀଙ୍କୁ ନେଇ ଯାଉଥିବା ଜାପାନ ଏୟାରଲାଇନ୍ସ ଫ୍ଲାଇଟ୍ ହଠାତ୍ ୨୬ ହଜାର ତଳକୁ ଖସିପଡ଼ିଲା ।
ଯାହାର ଭିଡିଓମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ବେହାରେ ଲାଗିଛି । ବିମାନରେ ଥିବା ଯାତ୍ରୀ ସେମାନଙ୍କର ଭୟଙ୍କର ଅନୁଭୂତିକୁ ପୋଷ୍ଟ ଜରିଆରେ ଶେୟାର କରିଛନ୍ତି ।
୩୦ ତାରିଖ ଦିନ ବିମାନଟି ବିମାନଟି ସାଂଘାଇରୁ ଟୋକିଓ ଅଭିମୁଖେ ଯାତ୍ରା କରୁଥିଲା । ମଝି ଆକାଶରେ ବିମାନଟି ହଠାତ୍ ୨୬୦୦୦ ଫୁଟ ତଳକୁ ଖସିଥିଲା, ଯେଉଁ କାରଣରୁ ଓସାକାରେ ବିମାନର ଏମର୍ଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡ଼ିଥିଲା ।
ଏସମୟରେ ଯାତ୍ରୀଙ୍କୁ ଅକ୍ସିଜେନ୍ ପିନ୍ଧିବାକୁ ପରାମର୍ଶ ଦିଆଯାଇଥିଲା । ଯାନ୍ତ୍ରୀକ ତ୍ରୁଟି ପାଇଁ ଏପରି ବ୍ୟତିକ୍ରମ ହୋଇଥିବା କୁହାଯାଉଛି । ସୂଚନା ଅନୁସାରେ ଘଟଣାବେଳେ ବିମାନରେ ୧୯୧ ଯାତ୍ରୀ ଉପସ୍ଥିତ ଥିଲେ ।
ଘଟଣାକୁ ନେଇ ବିମାନ ଯାତ୍ରୀମାନେ ଅତ୍ୟନ୍ତ ଭୟଭୀତ ହୋଇଯାଇଥିବା କହିଛନ୍ତି । କିଛିଯାତ୍ରୀ କହିଛନ୍ତି, ଏ ଘଟଣାକୁ ସେମାନେ କେବେ ଭୁଲିପାରିବେ ନାହିଁ । ଜଣେ ଯାତ୍ରୀ କହିଛନ୍ତି , ସେ ସମୟର ସ୍ଥିତି ଏତେ ଭୟଙ୍କର ଥିଲା ଯେ, ମୋ ଗୋଡ଼ ବର୍ତ୍ତମାନ ସୁଦ୍ଧା ଥରୁଛି ।