ବାଲେଶ୍ୱର: ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ବାଲେଶ୍ୱର ସାଂସଦ ପ୍ରାତାପ ଷଡଙ୍ଗୀ କରିଛନ୍ତି ପ୍ରେସମିଟ୍ ।
ଛାତ୍ରୀଙ୍କ ଅଭିଯୋଗ ପରେ ପ୍ରିନ୍ସିପାଲଙ୍କ ସହ ତତକାଳ କଥା ହୋଇଥିବା କହିଲେ ପ୍ରତାପ । ୭ ଦିନ ମଧ୍ୟରେ ରିପୋର୍ଟ ଦେବେ ବୋଲି କହିଥିଲେ ପ୍ରିନ୍ସିପାଲ ।
ଘଟଣାରେ ଏସପିଙ୍କ ସହ ଏକାଧିକ ଥର କଥା ହୋଇଥିଲି । ପୁଣି ଅନୁସନ୍ଧାନ କରି ଛାତ୍ରୀଙ୍କୁ ଏତଲା ଦେବାକୁ କହିଥିଲି ବୋଲି ପ୍ରେସମିଟରେ କହିଛନ୍ତି ବାଲେଶ୍ୱର ସାଂସଦ ।
ଛାତ୍ରୀ ଜଣକ ପୋଲିସରେ ଏତଲା ଦେଇ ନ ଥିଲେ । ମୁଁ ଚାପ ଦେଇଥିବା କଥା ବିରୋଧୀ ପ୍ରମାଣିତ କରନ୍ତୁ । ମୋ ନାଁରେ ଏଫଆଇଆର କରନ୍ତୁ , ସିବିଆଇ ତଦନ୍ତ କରାନ୍ତୁ । ପ୍ରମାଣିତ ହେଲେ ରାଜନୀତିରୁ ସନ୍ନ୍ୟାସ ନେଇଯିବି ।