ପାଠଶାଳାରେ କୁକର୍ମ! ସ୍କୁଲ କ୍ୟାମ୍ପସରେ ନାବାଳକଙ୍କୁ Oral Sex କରାଇଲେ ୨ କିଶୋର
ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ । ସ୍ୱତନ୍ତ୍ର ଟିମ୍ କରୁଛି ତଦନ୍ତ ।
ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋରୁ ଏକ ଆଶ୍ଚର୍ଯ୍ୟକଲାଭଳି ଘଟଣା ସାମ୍ନାକୁ ଆସିଛି । ସ୍କୁଲ କ୍ୟାମ୍ପସ ଭିତରେ ୨ କିଶୋର ୧୩ ବର୍ଷର ବାଳକ ସହ ଅପ୍ରାକୃତି ଯୌନ ସମ୍ପର୍କ ରଖିବା ସହ ଓରାଲ ସେକ୍ସ କରିବା ପାଇଁ ବାଧ୍ୟ କରିଥିଲେ ।
ପୀଡ଼ିତ ନାବାଳଙ୍କର ମେଡିକାଲ ଟେଷ୍ଟ କରାଯାଇଥିବାବେଳେ ସମ୍ପୃକ୍ତ କିଶୋରଙ୍କୁ ଅଟକ ରଖି ଯାଞ୍ଚ ଚାଲିଛି । ଗୁରୁବାର ଦିନ ୧୩ ବର୍ଷର ନାବାଳକ ସ୍କୁଲ ପଡ଼ିଆରେ ଖେଳୁଥିବାବେଳେ ୧୬ ଏବଂ ୧୭ ବର୍ଷର ୨ କିଶୋର ଆସି ଡରା ଧମକା କରିିଥିଲେ ।
ଏହାପରେ ବାଳକ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରିଥିବା ପୀଡ଼ିତ ନାବାଳକ ଘର ଲୋକେ କହିଛନ୍ତି । ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ମେକାନିକ ବୋଲି ଜଣାପଡ଼ିଛି ।
ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପୋକସୋ ଆକ୍ଟ ଅନ୍ତର୍ଗତ କେସ୍ ଫାଇଲ ହୋଇ ଘଟଣାର ତଦନ୍ତ ଚାଲିଛି । ସ୍ଥାନୀୟ ପୋଲିସ ଅଭିଯୁକ୍ଥଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି ।
ଘଟଣାକୁ ନେଇ ସ୍କୁଲ କର୍ତ୍ତୁପକ୍ଷଙ୍କୁ ଦାୟି କରିଛନ୍ତି ପୀଡ଼ିତଙ୍କ ବାପା, ମା । ସମ୍ବେଦନଶୀଳ ଘଟଣାକୁ ନେଇ ଅନ୍ୟ ଅଭିଭାବକ ଭୟଭିତ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି ।