ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଉପରେ ଲାଗିଲା ଲାଞ୍ଚ ନେବା ଅଭିଯୋଗ, ଜାଣନ୍ତୁ ଡିଟେଲ୍ସ

ଆନ୍ଧ୍ରପ୍ରଦେଶ ମଦ ଦୁର୍ନୀତି: ଚାର୍ଜସିଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ଲାଞ୍ଚ ନେବା ଅଭିଯୋଗ

ନୂଆଦିଲ୍ଲୀ: ୩,୫୦୦ କୋଟି ଟଙ୍କାର ମଦ ଦୁର୍ନୀତି ମାମଲାରେ ଆନ୍ଧ୍ର ପ୍ରଦେଶ ପୋଲିସ ଦ୍ୱାରା ସ୍ଥାନୀୟ କୋର୍ଟରେ ଦାଖଲ କରାଯାଇଥିବା ଏକ ଚାର୍ଜସିଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀଙ୍କୁ ଲାଞ୍ଚଗ୍ରହୀତା ଭାବରେ ନାମିତ କରାଯାଇଛି। ଚାର୍ଜସିଟ୍ ଅନୁଯାୟୀ, ସେ ପ୍ରତି ମାସରେ ହାରାହାରି ୫୦ ରୁ ୬୦ କୋଟି ଟଙ୍କା ଲାଞ୍ଚ ପାଉଥିଲେ।

ଶନିବାର ଦାଖଲ ହୋଇଥିବା ୩୦୫ ପୃଷ୍ଠାର ଚାର୍ଜସିଟ୍‌ରେ ଜଗନଙ୍କୁ ଅଭିଯୁକ୍ତ ଭାବରେ ନାମିତ କରାଯାଇ ନାହିଁ। କୋର୍ଟ ଏପର୍ଯ୍ୟନ୍ତ ଚାର୍ଜସିଟ୍‌କୁ ବିଚାରକୁ ନେଇନାହାନ୍ତି। ପୋଲିସ ଦ୍ୱାରା ଦାଖଲ କରାଯାଇଥିବା ଚାର୍ଜସିଟ୍‌ ଅନୁଯାୟୀ, ‘ସଂଗୃହିତ ରାଶି ଶେଷରେ କେସିରେଡ୍ଡି ରାଜଶେଖର ରେଡ୍ଡି (A-1)ଙ୍କୁ ହସ୍ତାନ୍ତର କରାଯାଇଥିଲା।’

ତା’ପରେ ରାଜଶେଖର ରେଡ୍ଡି ବିଜୟ ସାଇ ରେଡ୍ଡି (A-5), ମିଥୁନ୍ ରେଡ୍ଡି (A-4) ଏବଂ ବାଲାଜୀ (A-33)ଙ୍କୁ ପ୍ରଦାନ କରିଥିଲେ, ଯେଉଁମାନେ ଏହାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡିଙ୍କୁ ହସ୍ତାନ୍ତର କରିଥିଲେ। ପ୍ରତି ମାସରେ ହାରାହାରି ୫୦-୬୦ କୋଟି ଟଙ୍କା କଲେକ୍ଟ କରାଯାଉଥିଲା।’