ପୁରୀ ଜଗନ୍ନାଥବଲ୍ଲଭ ମଲ୍ଟିଲେବଲ ପାର୍କିଂରେ ୧୪ ଫୁଟ ଉଚ୍ଚତାରୁ ଖସିଲା କାର୍, ଡ୍ରାଇଭର ଗୁରୁତର

ପୁରୀ: ପୁରୀ ଜଗନ୍ନାଥବଲ୍ଲଭ ମଲ୍ଟିଲେବଲ କାର୍ ପାର୍କିଂରୁ ଖସିଲା କାର୍ । ପ୍ରଥମ ମହଲାରୁ ତଳକୁ ଖସିଲା ବୋଲେରୋ ।

ଭାରସାମ୍ୟ ହରାଇ ଗାଡ଼ିଟି ତଳକୁ ଖସିଯାଇଥିବା ସୂଚନା । ଗୁରୁତର ଅବସ୍ଥାରେ ବୋଲେରୋ ଡ୍ରାଇଭର ପୁରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଡ୍ରାଇଭରଙ୍କ ଘର ଧାମରା ଅଞ୍ଚଳର ବୋଲି ଜଣାପଡ଼ିଛି । ପାର୍କିଂରେ ଗାର୍ଡ ୱାଲ୍ ନ ଥିବା କାରଣରୁ ଏ ଅଘଟଣ ଘଟିଥିବା କୁହାଯାଉଛି ।

ଗାଡ଼ି ବ୍ୟାକ୍ ଗିଅରରେ ଥିବାବେଳେ ତଳକୁ ଖସିପଡ଼ିଥିବା ସୂଚନା । ଆଗାମୀ ଦିନରେ ସମାନ ଦୁର୍ଘଟଣା ନ ଘଟିବା ପାଇଁ ଗାର୍ଡ ୱାଲ ଲଗାଯିବା ଆବଶ୍ୟକ ।