‘ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ’, ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସୂଚନା
ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ
ଭୁବନେଶ୍ୱର: ଓଡ଼ିଶାରେ ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ। ଏନେଇ ସୂଚନା ଦେଲେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ସେ କହିଛନ୍ତି ଯେ, ସରକାର ଜମି ଓ ବର୍ଜ୍ୟ ଯୋଗାଇବେ, କମ୍ପାନୀ ତାଙ୍କର ପ୍ଲାଣ୍ଟ ତିଆରି କରିବ।
ସେ ଆହୁରି କହିଛନ୍ତି ଯେ, ଟ୍ୱିଟ ସିଟିରେ ପ୍ରାଥମିକ ସ୍ତରରେ ପ୍ଲାଣ୍ଟ ହେବ। ଏହି ପ୍ଲାଣ୍ଟ ପରେ ମ୍ୟୁନିସିପାଲଟି କର୍ପୋରେସନରେ ଏହାକୁ କରାଯିବ। ଖୁବଶୀଘ୍ର ବିଭାଗୀୟ ବୈଠକ ବସିବ ଓ ତ୍ୱରିତ ଦିଗରେ କାର୍ଯ୍ୟ ଆଗକୁ ବଢିବ।