ଭୁବନେଶ୍ୱର: ୨୦୨୪ ନିର୍ବାଚନରେ ହାରିବା ପରେ ବିଜେଡିର ସ୍ଥିତି ଶୋଚନୀୟ ହୋଇପଡ଼ିଛି । ଦଳରେ ଅନ୍ତଃକନ୍ଦଳ ବଢ଼ିଥିବାବେଳେ ଜଣ ଜଣ କରି ନେତା ନବୀନଙ୍କ ହାତ ଛାଡ଼ିବାରେ ଲାଗିଛନ୍ତି ।
ନବୀନ ଦଳର ସୁପ୍ରିମୋ ହୋଇ ମଧ୍ୟ ସଙ୍ଗଠନ ମଜବୁତ ହେବା ବଦଳରେ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଫଳସ୍ୱରୂପ ଦଳରୁ ବଡ଼ ନେତାଙ୍କଠାରୁ ଆରମ୍ଭ କରି ଯୁବନେତା ବିଜେଡିରୁ ମୁହଁ ମୋଡ଼ୁଛନ୍ତି ।
ଏ ସୂଚୀରେ ଏବେ ସାମିଲ ହୋଇଛନ୍ତି ବିଜେଡିର ଯୁବନେତା ହରିଶଙ୍କର ରାଉତ । ଛାତ୍ର ବିଜେଡି ପୂର୍ବଚନ ମହାସଚିବ ପଦରେ ଥିଲେ ହରିଶଙ୍କର ।
ଦଳର ନିଷ୍ପତ୍ତି ବୋଧେ ଆଉ କିଏ ନେଉଛି । ନବୀନ ବାବୁଙ୍କୁ ଦେଖାକରିବା ପାଇଁ ମଧ୍ୟ ସୁଯୋଗ ନାହିଁ, ଏତେ ବର୍ଷ ଦଳରେ ରହି କାମ କରି ମଧ୍ୟ ଦଳର ସଭାପତିଙ୍କୁ ଦେଖା କରିପାରୁନି ଅତି ଦୁଃଖର କଥା। ଛାତ୍ର ବିଜେଡ଼ି ପୂର୍ବତନ ମହାସଚିବ ହରିଶଙ୍କର ରାଉତଙ୍କ ବିସ୍ପୋରକ ବୟାନ ।
କିଛିଦିନ ପୂର୍ବରୁ ବିଜେଡିର ବରିଷ୍ଠ ନେତା ଭାସ୍କର ରାଓ ଦଳ ଛାଡ଼ିଥିବାବେଳେ ବିଜୁ ସ୍ୱାଭିମାନ ମଞ୍ଚ ଘୋଷଣା କରିଥିଲେ ।
ତାଙ୍କ ସହ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ଏବଂ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ମଧ୍ୟ ବିଜେଡି ଛାଡ଼ିଛନ୍ତି। ଇସ୍ତଫା ପୂର୍ବରୁ ହଜାର ସଂଖ୍ୟାରେ ବିଜେଡି ନେତା ଓ କର୍ମୀ ଭାସ୍କର ରାଓଙ୍କ କାର୍ଯ୍ୟାଳୟରେ ଏକତ୍ରିତ ହୋଇଥିଲେ।