fbpx

ପ୍ରଦୀପ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,୧୭ ।୮(ଓଡିଶା ଭାସ୍କର): ପୂର୍ବତନ ସିଡିଏଓ ପ୍ରଦୀପ ମହାନ୍ତିିଙ୍କୁ ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଛି । କୋରାପୁଟ ତକ୍ରାଳୀନ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର ।

ତେବେ ପୂର୍ବରୁ ପ୍ରଦୀପଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଥିଲା । ଗତ ଜୁଲାଇ ୨ରେ ଭିଜିଲାନ୍ସ ହାତରେ ପ୍ରଦୀପ ଧରାପଡିଥିଲେ । ଗାଡିରୁ ଜବତ ହୋଇଥିବା ୧୧ ଲକ୍ଷ ଟଙ୍କାର ହିସାବ ମଧ୍ୟ ଦେଇପାରିନଥିଲେ । ସେହିଦିନ ତାଙ୍କୁ ଗିରଫ କରି ଜେଲ ପଠାଇଥିଲା ଭିଜିଲାନ୍ସ । ଏହା ବ୍ୟତିତ ପ୍ରଦୀପଙ୍କ ନିକଟରୁ ସାଢେ ୩ କୋଟି ଟଙ୍କାର ଅଚଳାଚଳ ସମ୍ପତ୍ତି ଠାବ ହୋଇଥିଲା ।

Get real time updates directly on you device, subscribe now.