fbpx

ବିବାହ ବନ୍ଧନରେ ବାନ୍ଧିହେଲେ ଆତ୍ମସମର୍ପଣ କାରୀ ୧୫ ଯୋଡି ମାଓବାଦୀ ।

ମାଲକାନଗିରି: ପ୍ରତିବର୍ଷ ଫେବୃଆରୀ ମାସ ୧୪ ତାରିଖକୁ ସାରା ବିଶ୍ୱ ପାଳୁଛି ଭାଲେଣ୍ଟାଇନ ଡେ । ଭଲ ପାଇବା ବା ପ୍ରେମର ଦିନକୁ ଭାଲେଣ୍ଟାଇନ ଦିନ ଭାବେ ବୁଝା ଯାଇଥାଏ । ଆଜିରଦିନ କିନ୍ତୁ ଦନ୍ତେୱାଡା ପୋଲିସ ପାଇଁ କିଛି ଅଲଗା ଥିଲା । ମାଓ ସଙ୍ଗଠନରୁ ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ଆସିଥିବା ଆତ୍ମସମର୍ପଣ ମାଓବାଦୀଙ୍କୁ ଜୀଇଁବାର ରାହା ଦେଖାଇଛନ୍ତି ଛତିଶଗଡ଼ ପୋଲିସ । ଯେଉଁ ହାତରେ ବନ୍ଧୁକ ଥିଲା ସେଇ ହାତରେ ଗୋଲାପ ଫୁଲ ଧରାଇ ଏକ ବୈବାହିକ ବନ୍ଧନରେ ବାନ୍ଧିଛି ଛତିଶଗଡ଼ ପୋଲିସ । ସେ ପୁଣି ଗୋଟିଏ ଦୁଇଟି ନୁହେଁ ପନ୍ଦର ପନ୍ଦର ଯୋଡିକୁ ବୈବାହିକ ବନ୍ଧନରେ ବାନ୍ଧିଲା ଦନ୍ତେୱାଡା ପୋଲିସ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ଦନ୍ତେୱାଡା ଜିଲ୍ଲା ପୋଲିସର ଏହା ଏକ ନିଆରା ପ୍ରୟାସ ଥିଲା । ବିବାହ ବେଳେ ଆଦିବାସି ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା।ପାରମ୍ପରିକ ବାଜାରେ ଦୁଲୁକୁଛି ବିବାହ ବେଦୀ । ଦିନେ ଥିଲା ମହିଳା ମାଓବାଦୀ ଆଜି ମୁଖ୍ୟ ସ୍ରୋତର ଫେରିଥିବା କନିଆ। ପାଦରେ ଅଳତା ନାଲି ଶାଢ଼ୀ ପିନ୍ଧି ସଜେଇ ହୋଇଛି ନୂଆ କନିଆ । ସବୁ ରୀତିନୀତି ପରମ୍ପରା ଛତିଶଗଡ଼ ଆଦିବାସୀ ସଂସ୍କୃତି ଏବଂ ପରମ୍ପରାକୁ ସମ୍ମାନ ଦେଇ ଏହି ବିବାହ ସମ୍ପର୍ଣ୍ଣ କରାଯାଇଥିଲା । ମାଓ ସଙ୍ଗଠନରେ ଭଲ ପାଇ ବିବାହ କରିବା ସମ୍ପୂର୍ଣ୍ଣ ମନା । ତେଣୁ ପୁରୁଷ ହେଉ କି ମହିଳା ନକ୍ସଲକୁ ନସବନ୍ଦୀ କରିଥାନ୍ତି ମାଓ ସଙ୍ଗଠନ । ତେବେ ମୁଖ୍ୟ ସ୍ରୋତରେ ଫେରିଥିବା ମାଓବାଦୀଙ୍କ ଏହି ଅଧୁରା ସ୍ୱପ୍ନକୁ ପୂରଣ କରିଛନ୍ତି ଦନ୍ତେୱାଡା ପୋଲିସ । ପୋଲିସ ଅଧିକାରୀ ଏବଂ କର୍ମଚାରୀ ସାଜିଛନ୍ତି ବର କନିଆଙ୍କ ପରିଜନ । ଦନ୍ତେୱାଡାର କାରଲୀ ଠାରେ ବିବାହ ମଣ୍ଡପ ସୁସଜ୍ଜିତ ହୋଇ ବିବାହ ସମ୍ପର୍ଣ୍ଣ କରାଯାଇଥିଲା । ଦନ୍ତେୱାଡା ଏସ ପି ଅଭିଷେକ ପଲ୍ହବଙ୍କ ଏଭଳି ପ୍ରୟାସ କୁ ବିଭିନ୍ନ ମହଲରେ ବେଶ ପ୍ରଶଂସା କରାଯାଇଛି ।

Get real time updates directly on you device, subscribe now.