fbpx

ଏଣିକି ଜମାକାରୀ ଆଉ ଠକାମିର ଶିକାର ହେବେ ନାହିଁ, ଲାଗୁ ହେବାକୁ ଯାଉଛି ନୂଆ ନିୟମ, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ, ୩୧ା୩: ଏଣିକି ଜମାକାରୀଙ୍କ ଆକାଉଣ୍ଟରୁ ଆଉ କେହି ଟଙ୍କା ଠକି ନେଇ ପାରିବେ ନାହିଁ । ବର୍ତ୍ତମାନ ଅନଲାଇନ ଠକେଇ ବଢ଼ୁଥିବାରୁ ସରକାର ଅଟୋ ଡେବିଡ୍ ନିୟମରେ କରିଛନ୍ତି ପରିବର୍ତ୍ତନ । ଏଥିସହ ଆୟକର ଦାଖଲ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଅର୍ଥ ନେଣଦେଣ ପାଇଁ ଗ୍ରାହକଙ୍କୁ ପାଖକୁ ମେସେଜ ଆସିବ । ଓକେ କରିବା ପରେ ହିଁ ଗ୍ରାହକଙ୍କୁ ଆକାଉଣ୍ଟରୁ ଟଙ୍କା କଟିବ । ୫ ହଜାର ଟଙ୍କାରୁ ଅଧିକ ଦେୟ ପାଇଁ ବ୍ୟାଙ୍କ ଗ୍ରାହକଙ୍କୁ ଓଟିପି ପଠାଇବା ବାଧ୍ୟତାମୂଳକ ହେବ । ଆସନ୍ତା ଏପ୍ରିଲ ୧ ତାରିଖରୁ ଲାଗୁ ହେବାକୁ ଯାଉଛି ଏହି ନୂଆ ନିୟମ । ତେବେ ୭ ବ୍ୟାଙ୍କର ପାସବୁକ୍ ଓ ଚେକବୁକ୍ ଅଚଳ ହୋଇଯିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.