fbpx

ରାଜଧାନୀରେ ବଢିପାରେ ଲକ-ଡାଉନ୍ ଅବଧି

ନୂଆଦିଲ୍ଲୀ,୨୫ ।୪: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଲକଡାଉନର ଅବଧିକୁ ଆଉ ଏକ ସପ୍ତାହ ବୃଦ୍ଧି କରିପାରନ୍ତି ସରକାର । ସୂଚନା ମିଳୁଛି ଯେ, ଦିଲ୍ଲୀରେ କେଜରିୱାଲ ସରକାର ଲକଡାଉନ ବଢାଇବାକୁ ନେଇ ବିଚାର କରୁଛନ୍ତି । ଲକଡାଉନକୁ ନେଇ ଆଜି କୌଣସି ନିଷ୍ପତ୍ତି ନିଆଯାଇପାରେ ।

ତେବେ ଦିଲ୍ଲୀରେ ପଜିଟିଭ୍ ରେଟ୍ ୩୨%ରୁ ଉପରେ ରହୁଛି । ଅକ୍ସିଜେନ ସହ ବେଡର ଅଭାବ ଥିବାରୁ ଲକଡାଉନ ଅବଧିକୁ ବଢାଇବା ଛଡା ସରକାରଙ୍କ ପାଖରେ ଅନ୍ୟ କୌଣସି ରାସ୍ତା ନାହିଁ । ଅପ୍ରେଲ ୧୯ରୁ ଆରମ୍ଭ ହୋଇଥିବା ଲକଡାଉନ୍ ୨୬ ଏପ୍ରିଲ ସକାଳ ୫ଟାରେ ସରିବ ।

ଅନ୍ୟପଟେ ଶନିବାର ଦିନ ଦିଲ୍ଲୀରେ ୨୪, ୧୦୩ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୩୫୭ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୯୩,୦୮୦ ଜଣ ରୋଗୀଙ୍କର ଚିକିତ୍ସା ଚାଲିଛି ।

Get real time updates directly on you device, subscribe now.