fbpx

ଦ୍ୱିତୀୟ ଦିନରେ ସପ୍ତାହାନ୍ତ ସଟଡାଉନ୍: ଶୂନଶାନ୍ ରାସ୍ତାଘାଟ, ଚାଲିଛି ଚେକିଂ ଜୋରଦାର

ଭୁବନେଶ୍ୱର, ୨୫ା୪ (ଓଡିଶା ଭାସ୍କର): ଆଜି ହେଉଛି ସପ୍ତାହାନ୍ତ ସଟଡାଉନର ଦ୍ୱିତୀୟ ଦିବସ । ଗତ ଶୁକ୍ରବାର ରାତି ୯ଟାରୁ ରାତ୍ରିକାଳୀନ କଫ୍ୟୁ ଲାଗୁ ହେବା ସହ ଶନିବାରଠାରୁ ସଟଡାଉନ ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ କରାଯାଇଛି । ରାଜ୍ୟରେ କରୋନାର ଦ୍ୱିତୀୟ ଲହରକୁ ରୋକିବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ଏହି ସଟଡାଉନରେ ଦୋକାନ, ବଜାର, ସପିଂ ମଲ ବନ୍ଦ ରହିଛି । କିଛି ଅମାନିଆଙ୍କ ଠାରୁ ପୋଲିସ ଫାଇନ୍ ଆଦାୟ କରିଛି । ରାଜଧାନୀ ଭୁବନେଶ୍ୱରର ଚାରିଆଡ଼େ ନିରବତା ରାଜ୍ କରୁଥିଲା । ଭୋର୍ ୫ଟାରୁ କିଛି ବୟସ୍କ ଓ ଯୁବପୀଢ଼ିଙ୍କୁ ପ୍ରାତଃ ଭ୍ରମଣ କରୁଥିବାର ଦେଖାଯାଇଥିଲା । ୬ଟା ପରେ ପୁଣି ଚାରିଆଡ଼ ଶୂନଶାନ୍ ହୋଇଯାଇଥିଲା । ସହରର ବଛାବଛା ୪୩ଟି ସ୍ଥାନରେ ବ୍ୟାରିକେଡ୍ ତିଆରି କରାଯାଇ ଚେକିଂ କରାଯାଇଥିଲା । ଜରୁରୀ କାର୍ଯ୍ୟରେ ଯାଉଥିବା ଲୋକମାନେ ପୋଲିସକୁ ଆଇ-କାର୍ଡ ଦେଖାଇ ଯାଉଥିଲେ । ମେଡିସିନ ଷ୍ଟୋର ଓ ପେଟ୍ରୋଲ ପମ୍ପଗୁଡ଼ିକ ଖୋଲା ରହିଥିଲା ।

Get real time updates directly on you device, subscribe now.