fbpx

ଖୁସି ଖବର : ରାଜ୍ୟରେ ଆଜି ୪୧୮୦ ଆକ୍ରାନ୍ତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୨୬।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୪୧୮୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩ ଲକ୍ଷ ୬୭ ହଜାର ୧୧୧ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଅନୁଗୁଳରୁ ଜିଲ୍ଲାରୁ ସର୍ବାଧିକ ୬୪୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୫୨୧, ଖୋର୍ଦ୍ଧାରୁ ୪୯୮, ନୂଆପଡ଼ାରୁ ୪୪୫, ଝାରସୁଗୁଡ଼ାରୁ ୨୦୧, କେନ୍ଦୁଝରରୁ ୧୭୭, କଟକରୁ ୧୫୨, ବରଗଡ଼ରୁ ୧୪୮, ସମ୍ବଲପୁରରୁ ୧୪୮, ପୁରୀରୁ ୧୪୩, ଗଞ୍ଜାମରୁ ୧୨୬, ମୟୂରଭଞ୍ଜରୁ ୧୧୯, ବଲାଙ୍ଗୀରରୁ ୯୩, ନବରଙ୍ଗପୁରରୁ ୮୭, ବାଲେଶ୍ୱରରୁ ୮୧, ଯାଜପୁରରୁ ୬୧, କଳାହାଣ୍ଡିରୁ ୫୬, ରାୟଗଡ଼ାରୁ ୫୨, ଭଦ୍ରକ ଓ ଜଗତସିଂହପୁରରୁ ୫୦, ଗଜପତି ଓ ନୟାଗଡ଼ରୁ ୪୫, ଢେଙ୍କାନାଳରୁ ୩୯, ଦେଓଗଡରୁ ୨୮, କୋରାପୁଟରୁ ୨୧, କନ୍ଧମାଳରୁ ୧୫, କେନ୍ଦ୍ରାପଡ଼ାରୁ ୧୫, ମାଲକାନଗିରିରୁ ୪ ଓ ସୋନପୁରରୁ ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Get real time updates directly on you device, subscribe now.