fbpx

ସୋସିଆଲ ମିଡିଆରେ ଭାଇରଲ୍ ହେଉଛି ସପ୍ନା ଚୌଧୁରୀଙ୍କ ପିଙ୍କ୍ ଶାଢୀ ପିନ୍ଧା ଫଟୋ

ମୁମ୍ବାଇ ୦୨ ।୦୫ (ଓଡ଼ିଶା ଭାସ୍କର) : ଲୋକଙ୍କୁ ନିଜ ଗୀତ ଏବଂ ଫଟୋ ଦା୍ୱରା ଦିୱାନା କରୁଥିବା ଡ୍ୟାନ୍ସିଙ୍ଗି କୁଇନ୍ ସପ୍ନା ଚୌଧୁରୀ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାନ୍ତି । ଏବେ ସେ ତାଙ୍କର କିଛି ଫୋଟ ସୋସିଆଲ ମିଡିଆରେ ସେୟାର କରିଛିନ୍ତି ଯାହାକି ଭାଇରଲ ହେବାରେ ଲାଗିଛି । ସପ୍ନା ଗର୍ଭବତୀ ହେବା ପରେ ସୋସିଆଲ ମିଡିଆ ଏବଂ ନିଜ କାମଠାରୁ ଦୂରେଇ ରହୁଥିଲେ । ଏବେ ସେ ପୁଣି ସୋସିଆଲ ମିଡିଆକୁ ଫେରିଛନ୍ତି । ସୋସିଆଲ ମିଡିଆରେ ଭାଇରଲ୍ ହେଉଥିବା ଫଟୋରେ ସପ୍ନା ବହୁତ ସୁନ୍ଦର ଦେଖା ଯାଉଛନ୍ତି । ସେ ଏକ ପିଙ୍କ୍ ରଙ୍ଗର ଶାଢୀ ପିନ୍ଧି ଫଟୋ ଉଠାଇଛନ୍ତି । ଏହି ଫଟୋରେ ସପ୍ନା କୌଣସି ମଡେଲ୍ ଠାରୁ କମ୍ ଲାଗୁ ନାହାନ୍ତି । ଫଟୋରେ ସେ କ୍ୟାଟ୍ ୱାକ କରୁଥିବା ନଜର ଆସୁଛନ୍ତି ।

 

View this post on Instagram

 

A post shared by Sapna Choudhary (@itssapnachoudhary)

ଭାଇରଲ୍ ହୋଇଥିବା ଫଟୋରେ ସପ୍ନାଙ୍କ ଫ୍ୟାନ୍ସ ବହୁତ ସାରା କମେଣ୍ଟ ଦେଉଛନ୍ତି । ସେପଟେ ସପ୍ନାଙ୍କ କିଛିଦିନ ପୂର୍ବରୁ ୩ଟି ଗୀତ ରିଲିଜ୍ ହୋଇଛି । ତାଙ୍କର ପ୍ରଥମ ଗୀତ ଘୁଙ୍ଗ୍ରୋ, ଦ୍ୱିତୀୟ ଗୀତ ହେଉଛି ଘାଗ୍ରା ଯାହାକି ୨ଦିନ ପୂର୍ବରୁ ରିଲିଜ୍ ହୋଇଛି ଏବଂ ତୃତୀୟ ଗୀତଟି ସ୍ଲେଟ୍ ବାରାଟୀ ଯାହା ଏପ୍ରିଲ ମାସରେ ରିଲିଜ୍ ହୋଇଥିଲା ।

ସପ୍ନାଙ୍କ ଫ୍ୟାନ୍ସଙ୍କ ବିଷୟରେ ଯଦି ଅନୁମାନ ଲଗାଯାଏ ତେବେ ୨ଦିନ ମଧ୍ୟରେ ଘାଗ୍ରା ଗୀତ ୧୦ ଲକ୍ଷରୁ ଅଧିକ ଦେଖି ସାରିଛନ୍ତି ।

Get real time updates directly on you device, subscribe now.