fbpx

ଲକଡାଉନକୁ ସାଙ୍ଗ ହୋଇ ବିତାଉଛନ୍ତି ଏହି ବଲିଉଡ୍ ଲଭ୍ ବାର୍ଡସ୍ ମାନେ, ଦେଖନ୍ତୁ ଫଟୋ

ମୁମ୍ବାଇ, ୭/୫(ଓଡିଶା ଭାସ୍କର) : ସାଧାରଣତଃ ବଲିଉଡ୍ ସେଲେବ୍ ମାନେ ନିଜ ନିଜ ଫିଲ୍ମ ସୁଟିଂରେ ସବୁବେଳେ ବ୍ୟସ୍ତ ଥାନ୍ତି । ସେମାନେ ଏତେ ବ୍ୟସ୍ତ ରୁହନ୍ତି ଯେ, ନିଜ ଲୋକ ମାନଙ୍କୁ ସମୟ ଦେବାକୁ ସେମାନଙ୍କ ପାଖରେ ସମୟ ନଥାଏ । ବର୍ତ୍ତମାନ କରୋନା ପାଇଁ ଦେଶର ଅଧିକାଂଶ ସ୍ଥାନରେ ଲକଡାଉନ୍ ସଟଡାଉନ୍ ଲାଗୁ ହୋଇଛି । ଏହି ସମୟରେ ଫିଲ୍ମ ସୁଟିଂକୁ ମଧ୍ୟ ବନ୍ଦ କରିଦିଆଯାଇଛି । ତେଣୁ ବଲିଉଡ୍ ସେଲେବ୍ ମାନଙ୍କୁ ଏବେ ଭଲ ସମୟ ମିଳିଛି ନିଜ ପ୍ରିୟର ଲୋକ ମାନଙ୍କ ସହ ସମୟ ବିତାଇବା ପାଇଁ । ତେବେ ବଲିଉଡ୍ ର ପ୍ରାୟତଃ ସେଲିବ୍ରିଟି ମାନେ ଲିଭ୍-ଇନ୍ ରେ ରହୁଛନ୍ତି । ଆହୁରି ମଧ୍ୟ ଏହି ସେଲେବ୍ ମାନେ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଥିବା ଦେଖିବାକୁ ମିଳେ । ତାହେଲେ ଚାଲନ୍ତୁ ଜାଣିବା ସେହିଭଳି କିଛି କପଲ୍ ମାନଙ୍କ ବିଷୟରେ ।

ଅଙ୍କିତା ଲୋଖଣ୍ଡେଙ୍କୁ କିଏ ବା ନଜାଣେ । ନିକଟରେ ସେ ଭିକ୍କି ଜୈନଙ୍କ ସହ ତାଙ୍କ ରିଲେସନ୍ କୁ ସେ ସ୍ୱୀକାର କରିଥିଲେ । ଆଉ ସେ ଏହା ମଧ୍ୟ କହିଥିଲେ ଯେ ସେମାନେ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ବର୍ତ୍ତମାନ ଦୁହେଁ ଏକାଠି ରହୁଛନ୍ତି । ଯାହାର ପ୍ରମାଣ ହେଉଛି ଅଙ୍କିତାଙ୍କ ସୋସିଆଲେ ମିଡିଆ ଆକାଉଣ୍ଟ । ସେ ଅନେକ ସମୟରେ ଭିକ୍କିଙ୍କ ସହ ଫଟୋ ସେୟାର କରନ୍ତି ।

ଅଭିନେତା ତଥା ସିଙ୍ଗର୍ ଫରହାନ୍ ଅଖତର୍ ଏବଂ ମଡେଲ୍ ଶିବାନୀ ଦାଣ୍ଡେକର୍ ଗତ ୩ ବର୍ଷ ହେବ ରିଲେସନ୍ ରେ ଅଛନ୍ତି । ଏବେ ସେ ଦୁହେଁ ଲିଭ୍-ଇନ୍ ରେ ରହୁଛନ୍ତି । ଲକଡାଉନରେ ମଧ୍ୟ ଦୁହେଁ ସାଙ୍ଗ ହୋଇ ସମୟ ବିତାଉଛନ୍ତି । ଲଗାତର ସେମାନେ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ସେୟାର କରୁଥିବା ଦେଖିବାକୁ ମିଳୁଛି ।

ସେହିପରି ଶ୍ରୁତି ହାସନଙ୍କୁ ତ ଆପଣ ମାନେ ଜାଣିଥିବେ । ସେ ସୋସିଆଲ ମିଡିଆରେ ଫ୍ୟାନ୍ସ ମାନଙ୍କ ସହ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ସେୟାର କରନ୍ତି । ନିକଟରେ ସେ ଏକ ଫଟୋ ଅପଲୋଡ କରିଥିଲେ ଯେଉଁଥିରେ ସେ ତାଙ୍କ ବୟଫ୍ରେଣ୍ଡଙ୍କ ନଜର ଆସିଛନ୍ତି ।

ଅମିର ଖାନଙ୍କ ଝିଅ ଆୟରା ଖାନ୍ ନିଜର ଫଟୋ ଏବଂ ଭିଡିଓ ଓ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍ ଚର୍ଚ୍ଚାରେ ରୁହନ୍ତି । ସେ ଏବେ ନୁପୁର ଶିଖରେଙ୍କୁ ଡେଟ୍ କରୁଛନ୍ତି । ଆଉ ଲକଡାଉନ୍ ପରିୟଡ୍ କୁ ବି ସାଙ୍ଗ ହୋଇ ବିତାଉଛନ୍ତି । ନିକଟରେ ସେ ଗୋଟିଏ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଦୁହେଁ ଏକାଠି ଥିବା ସୁଚେଇଥିଲେ ।

Get real time updates directly on you device, subscribe now.