fbpx

ସୁଶିଲ କୁମାରଙ୍କ ପାଇଁ ବଢ଼ିଲା ଅଡୁଆ, ଆହୁରି ୪ ଦିନ ବଢ଼ିଲା ରିମାଣ୍ଡ ଅବଧି

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ହତ୍ୟା ମାମଲା ନେଇ ଅଡୁଆ ପରିସ୍ଥିତିରେ ଛନ୍ଦି ହୋଇ ପଡିଥିବା ଅଲିମ୍ପିକ୍‌ ପଦକ ବିଜେତା ରେସଲର ସୁଶିଲ କୁମାର ଗିରଫ ହେବା ପରେ ସଂପ୍ରତି ପୋଲିସ ରିମାଣ୍ଡରେ ଅଛନ୍ତି । ତେବେ ପୋଲିସ ତାଙ୍କୁ ଆହୁରି ଅଧିକ ଜେରା କରିବା ପାଇଁ ଇଛା ପ୍ରକାଶ କରିବା ପରେ ଶନିବାର ଦିନ ସ୍ଥାନୀୟ ମେଟ୍ରୋପଲିଟାନ ଅଦାଲତ ସୁଶିଲଙ୍କର ରିମାଣ୍ଡ ଅବଧିକୁ ଆହୁରି ଚାରି ଦିନବଢ଼ାଇ ଦେଇଛନ୍ତି । ପୋଲିସ ପ୍ରଥମେ ତାଙ୍କୁ ୬ ଦିନିଆ ରିମାଣ୍ଡରରେ ନେଇଥିଲା ।

ସୂଚନା ଯୋଗ୍ୟ ଯେ ୨୩ ବର୍ଷୀୟ ରେସଲର ସାଗର ଧନକରଙ୍କୁ ହତ୍ୟା କରିବା ଘଟଣାରେ ସୁଶିଲ କୁମାର ଅଭିଯୁକ୍ତ ହୋଇଥିବା ବେଳେ ତାଙ୍କର ଅନ୍ୟତମ ସହଯୋଗୀଙ୍କୁ ପୋଲିସ ଗିରଫ କରି ଜେରା କରିଛି । ତେବେ ସୁଶିଲ କୁମାରଙ୍କୁ ଅଧିକ ପଚରାଉଚରା କରିବା ପାଇଁ ପୋଲିସ ତାଙ୍କର ରିମାଣ୍ଡ ଅବଧି ବଢ଼ାଇବା ପାଇଁ ଅଦାଲତଙ୍କ ନିକଟରେ ଆବେଦନ କରିଥିଲା ।

Get real time updates directly on you device, subscribe now.