fbpx

‘ତାରକ ମେହତା…’ର ନୂଆ ସୁନ୍ଦରୀଙ୍କୁ ନେଇ ଚର୍ଚ୍ଚା, ଜାଣନ୍ତୁ କିଏ…

ମୁମ୍ବାଇ: ଛୋଟ ପରଦାର ପପୁଲାର ଶୋ “ତାରକ ମେହତା କା ଉଲ୍ଟା ଚସ୍ମା’କୁ ନେଇ ଏବେ ଖୁବ୍ ଚର୍ଚ୍ଚା ଚାଲିଛି । ଏହି ଶୋ’ ରେ ଅନେକ ନୂଆ ଚେହେରା ନଜର ଆସୁଛନ୍ତି । ସେମାନଙ୍କୁ ମଧ୍ୟରୁ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଜଣେ ନବାଗତା । ଯେଉଁଥିପାଇଁ ଦର୍ଶକଙ୍କ ମନ ଜିଣିଥିବା ଏହି ଶୋ’ଟି ଏବେ ସବୁ ବର୍ଗର ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଛି ।

ARADHANA SHARMA #OdishaBhaskar

ସମ୍ପ୍ରତି ଏହି ଶୋ’ରେ ନଜର ଆସୁଥିବା ଅନେକ ସୁନ୍ଦରୀଙ୍କ ମଧ୍ୟରେ ଜଣେ ହେଉଛନ୍ତି ଆରାଧନା ଶର୍ମା । ଦର୍ଶକଙ୍କୁ ଆରାଧନାଙ୍କ ଆକ୍ଟିଂ ଏବଂ ଚରିତ୍ର ଖୁବ୍ ପସନ୍ଦ ଆସୁଛି । ତେବେ ଚାଲନ୍ତୁ ଜାଣିବା କିଏ ଏହି ଅଭିନେତ୍ରୀ ଆରାଧନା ଯିଏ ଆଜିକାଲି ପ୍ରସଂଶକଙ୍କ ହୃଦୟ ଜିଣିଛନ୍ତି । “ତାରକ ମେହତା କା ଉଲ୍ଟା ଚସ୍ମା’ରେ ଆରାଧନାଙ୍କ ଏଣ୍ଟ୍ରି କିଛି ଦିନ ପୂର୍ବରୁ ହୋଇଛି । ହେଲେ ଆରମ୍ଭ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ARADHANA SHARMA #OdishaBhaskar

ଆରଧନା ଏହି ଶୋ’ରେ ଜଣେ ଗୁପ୍ତଚର ଭୂମିକାରେ ନଜର ଆସିଛନ୍ତି । ଯିଏକି ଗୁଣ୍ଡାଙ୍କ ପାଇଁ କାମ କରୁଛନ୍ତି । କୁହାଯାଉଛି ଯେ “ତାରକ ମେହତା କା ଉଲ୍ଟା ଚସ୍ମା’ରେ ଏହି ଦିନଗୁଡ଼ିକରେ ଔଷଧର କଳାବଜାରୀ ଉପରେ ଫୋକସ ଦିଆଯାଉଛି । ଏହାରି ଭିତରେ ଆରାଧାନା ଶର୍ମାଙ୍କର ଏଣ୍ଟ୍ରି ହୋଇଛି । ଶୋ’ରେ ସେ ସବୁବେଳେ ଫର୍ମାଲ ଡ୍ରେସରେ ନଜର ଆସୁଛନ୍ତି । ଆରାଧନା ଆକ୍ଟିଂ କରିବା ସହ ଜଣେ ଭଲ ଡ୍ୟାନ୍ସର ଏବଂ ମଡେଲିଂ ଦୁନିଆରେ ମଧ୍ୟ ନିଜର ଦକ୍ଷତା ଦେଖାଇଛନ୍ତି । ଏହା ସହ ବୁଗି ୱୁଗି ଡ୍ୟାନ୍ସ ରିଆଲିଟି ଶୋ’ରୁ ସେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ନୃତ୍ୟ ପ୍ରତି ତାଙ୍କର ଗଭୀର ଇଛା ତାଙ୍କୁ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସକୁ ଟାଣିଆଣିଥିଲା । ଏହା ସହ ଆରାଧନା ସୋସିଆଲ ମିଡିଆ ସହ ଖୁବ୍ ସକ୍ରିୟ ଥିବାବେଳେ ଇଷ୍ଟାଗ୍ରାମରେ ତାଙ୍କର ଅନେକ ଫ୍ୟାନ-ଫଲୋର୍ସ ଅଛନ୍ତି । ଆରାଧାନା ନିଜ ଗ୍ଲାମରିୟସ ଲୁକ ପାଇଁ ବେଶ୍ ଚର୍ଚ୍ଚାରେ ଅଛନ୍ତି ।

Get real time updates directly on you device, subscribe now.