fbpx

ଜି ୭ ଦେଶ ମଧ୍ୟରେ ଐତିହାସିକ ରାଜିନାମା, ଗୁଗଲ-ଫେସବୁକ ଉପରେ ଲାଗିବ ୧୫ % କର୍ପୋରେଟ୍ ଟ୍ୟାକ୍ସ

ଲଣ୍ଡନ : ସଂଯୁକ୍ତ ରାଷ୍ଟ୍ର ଆମେରିକା, ବ୍ରିଟେନ ସମେତ ଜି ୭ର ସମସ୍ତ ଦେଶ ଏକ ଐତିହାସିକ ରାଜିନାମା କରିବାକୁ ଯାଉଛନ୍ତି । ଏହି ରାଜିନାମା ଗୁଗଲ, ଆପଲ, ଫେସବୁକ ପରି ମଲଟିନ୍ୟାସନାଲ କମ୍ପାନୀ ଉପରେ ଉଚ୍ଚ ବୈଶ୍ୱିକ କର ଲଗାଇବା ନେଇ ଉଦ୍ଦିଷ୍ଟ । ଏହାରି ଆଧାରରେ ଏହି ସବୁ କମ୍ପାନୀ ଉପରେ ୧୫ ପ୍ରତିଶତ କର୍ପୋରେଟ୍ ଟ୍ୟାକ୍ସ ଲଗାଯିବ । ସମସ୍ତ ଦେଶ ମଧ୍ୟରେ ରାଜିନାମା ଉପରେ ସହମତି ପ୍ରକାଶ ପାଇଛି । ଜି୭ ଦେଶ ଚୁକ୍ତି ଉପରେ ଜୁନ ୧୧ ରୁ ୧୩ ମଧ୍ୟରେ ହେବାକୁ କୋର୍ଣ୍ଣବାଲରେ ସ୍ୱାକ୍ଷର କରିବେ ।

ଗ୍ୟାଜେଟ ୩୬୦ ଡିଗ୍ରୀରେ ପ୍ରକାଶିତ ରିପୋର୍ଟ ମୁତାବକ, ଲଣ୍ଡନରେ ହୋଇଥିବା ବୈଠକରେ ଅଧ୍ୟକ୍ଷତା କରିବା ପରେ ବ୍ରିଟେନର ଅର୍ଥ ମନ୍ତ୍ରୀ ଋଷି ସୁନକ କହିଛନ୍ତି, ଜି-୭ ଦେଶଗୁଡିକର ଅର୍ଥ ମନ୍ତ୍ରୀ ଗ୍ଲୋବାଲ ଟ୍ୟାକ୍ସ ସିଷ୍ଟମରେ ସୁଧାର କରିବା ପାଇଁ ଐତିହାସିକ ରାଜିନାମାକୁ ନେଇ ସହମତି ଦେଇଛନ୍ତି । ସୂଚନାଯୋଗ୍ୟ, ବ୍ରିଟେନ ଦୀର୍ଘ ଦିନରୁ ଟ୍ୟାକ୍ସରେ ସୁଧାର ଦାବି କରି ଆସୁଥିଲା । ଏଥିରେ ବ୍ରିଟେନ କରଦାତାଙ୍କୁ ଫାଇଦା ମିଳିବ । ଏଥିରେ ଏହା ମଧ୍ୟ ସୁନିଶ୍ଚିତ ହେବ ଯେ, ସମସ୍ତ କମ୍ପାନୀ ନିଜ ନିଜ ସ୍ଥାନରେ ନିର୍ଦ୍ଧାରିତ କର ପୈଠ କରିବେ ।

ରାଜିନାମା ଅନୁଯାୟୀ, କମ୍ପାନୀଗୁଡିକୁ ଏହା ମଧ୍ୟ ଦର୍ଶାଇବାକୁ ପଡିବ ଯେ, ପରିବେଶ ଉପରେ ପଡୁଥିବା ପ୍ରଭାବ ପଛରେ ସେମାନଙ୍କର କଣ ଭୂମିିକା ରହିଛି । ଏହାର ପ୍ରତିକାର ପାଇଁ ସେମାନଙ୍କ ପାଖରେ କିଛି ଉପାୟ ଅଛି କି ନାହିଁ । ଯଦ୍ୱାରା ନିବେଶକ ସହଜରେ ନିର୍ଣ୍ଣୟ ନେଇ ପାରିବେ ଯେ, ସେମାନଙ୍କ ପାଇଁ କମ୍ପାନୀରେ ନିବେଶ କରିବା ଉଚିତ୍ ହେବ କି ନାହିଁ । ଉଲ୍ଲେଖଯୋଗ୍ୟ, ଜି ୭ ସମୂହରେ ବ୍ରିଟେନ, ଆମେରିକା, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଓ ଜାପାନ ରହିଛନ୍ତି ।

Get real time updates directly on you device, subscribe now.