fbpx

ବଲିଉଡ୍‌ର ସେକ୍ସିଗାର୍ଲ ମଲ୍ଲିକା ଏବେ ଲସ୍‌ ଏଞ୍ଜେଲ୍‌ସ ବାସଭବନରେ କାଟୁଛନ୍ତି ଦିନ, ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କଲେ ଫଟୋ

ମୁମ୍ବାଇ (ଓଡ଼ିଶା ଭାସ୍କର) : ଦ ମର୍ଡର ଗାର୍ଲ ମଲ୍ଲିକା ୨୦୦୩ରେ ‘ଖ୍ୱାହିସ୍‌’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ପ୍ରବେଶ କରିଥିଲେ । ପରେ ପ୍ୟାର୍‌ କେ ସାଇଡ୍‌ ଇଫେକ୍ଟସ୍‌, ଡର୍‌ନା ଜରୁରୀ ହୈ, ମର୍ଡର, ଆପ୍‌ କା ସୁରୁର୍‌, ୱେଲକମ୍‌, ଡାର୍ଟି ପଲିଟିକ୍ସ ଡବଲ୍‌ ଧମାଲ୍‌, ୱ ସବକି ଫତେଗୀ ଆଦିରେ ଅଭିନୟ କରିଥିଲେ । ଜ୍ୟାକି ଚାନ୍‌ ଓ ଉଇଲିଅମ୍‌ ଡିୟର୍ସଙ୍କ ସହ ହଲିଉଡ୍‌ ମୁଭି ‘ପଲିଟିକ୍ସ ଅଫ ଲଭ୍‌’ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଛି । କାନ୍‌ ଫିଲ୍ମ ଫେଷ୍ଟିଭାଲର ରାଣୀ ମଲ୍ଲିକା ଏବେ ୱେବ୍‌ସିରିଜ ‘ୱ ସବକି ଫତେଗୀ’ରେ ଦେଖିବାକୁ ମିଳିଛନ୍ତି ।

 

 

View this post on Instagram

 

A post shared by Mallika Sherawat (@mallikasherawat)

ଡାର୍ଟି ପଲିଟିକ୍ସରେ ଥିବା ‘ଘାଗରା’, ଗୁରୁରେ ଥିବା ‘ମାୟା ମାୟା’, ଡବଲ୍‌ ଧମାଲରେ ଥିବା ‘ଜଲେବି ବାଈ’, ତେଜ୍‌ରେ ଥିବା ‘ଲୈଲା’ ଓ ବିନ୍‌ ବୁଲାୟେ ବାରାତିରେ ଥିବା ‘ଶାଲୁ କେ ଠୁମ୍‌କେ’ ଆଇଟମ୍‌ ସଙ୍ଗର ଆଇଟମ୍‌ ନମ୍ବରୀ ମଲ୍ଲିକା ଆଜିକାଲି ବିଦେଶରେ ରହୁଛନ୍ତି । ବେଶ୍‌ କିଛିଦିନ ହେବ ବଲିଉଡ୍‌ର ସେକ୍ସିଗାର୍ଲ ମଲ୍ଲିକା ସେରାୱତଙ୍କ ବିଷୟରେ କିଛି ଚର୍ଚ୍ଚା ନାହିଁ । ଏବେ ସେ ତାଙ୍କ ଲସ୍‌ ଏଞ୍ଜେଲ୍‌ସ ବାସଭବନର କ୍ୟାମ୍ପସ୍‌ ଭିତରେ ଥିବା ଉଦ୍ୟାନ ଓ ସୁଇମିଙ୍ଗ୍‌ ପୁଲ ଭିତରେ ନିଜ ଖୁସିର ମୁହୂର୍ତ୍ତ ଅତିବାହିତ କରୁଥିବାର କିଛି ଫଟୋ ଓ ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି । ଯାହାକୁ ଦେଖି ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.