fbpx

ବର୍ଷା ମୋ ପରିବାର ପାଇଁ ବିପଦ: ଅନୁଭବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଥମିବାର ନାଁ ଧରୁନାହିଁ ବର୍ଷା-ଅନୁଭବଙ୍କ ପାରିବାରିକ ସମସ୍ୟା । ଅନେକ ଦିନ ହେବ ଦୁହିଁଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଏବେ ପୁଣି ଥରେ ସେମାନେ ଚର୍ଚ୍ଚାକୁ ଆସିଛନ୍ତି । ସାଂସଦ ଅନୁଭବ ଆଜି ବର୍ଷାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । କଟକ ପୁରୀଘାଟ ଥାନାରେ ସେ ଆଜି ଏତଲା ଦେଇଥିବା ଜଣାପଡ଼ିଛି । ଘରେ ଅଜଣା ଲୋକ ପଶୁଥିବା ସେ ଥାନାରେ ଅଭିଯୋଗ କରିଛନ୍ତି ।

ସେ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ଉପରେ ବିପଦ ରହିଛି । ବର୍ଷା ତାଙ୍କ ବିରୋଧରେ ଷଡଯନ୍ତ୍ର କରୁଛନ୍ତି । ଘରେ ଅଜଣା ଲୋକ ପଶୁଛନ୍ତି । ଆଉ ସେ ସେମାନଙ୍କୁ ଚିହ୍ନିନାହାନ୍ତି । ହେଲମେଟ୍ ପିନ୍ଧି ଅଜଣା ଲୋକ ଘରେ ବୁଲୁଥିବା ସେ ସିସିଟିଭି କ୍ୟାମେରାରେ ଦେଖିଛନ୍ତି । ଅନୁଭବ, ବର୍ଷାଙ୍କ ଉପରେ ଅପରାଧିକ ଓ ରାଜନୈତିକ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି ।

Get real time updates directly on you device, subscribe now.