fbpx

କଳାପଣକୁ ହଟାଇ ଗୋରା କରିଥାଏ ଏହି ଲୁଣପାଣି, ଏପରି କରନ୍ତୁ ବ୍ୟବହାର

ପ୍ରତ୍ୟେକ ରୋଷେଇ ଘରେ କିଛି ମିଳୁ ବା ନମିଳୁ, ଲୁଣ ନିଶ୍ଚିତ ମିଳିବ । ତ୍ୱଚାର ସୁନ୍ଦରତାକୁ ବଢ଼ାଇବାରେ ସାହାର୍ଯ୍ୟ କରିଥାଏ ସମୁଦ୍ର ଲୁଣ । ଏଥିରେ ପ୍ରଚୁର ମାତ୍ରାରେ ସୋଡିୟମ, ସୋଡିୟମ୍, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍ ଏବଂ ପୋଟାସିୟମ୍ ପରି ଉପକାରୀ ଖଣିଜ ପଦାର୍ଥ ଭରପୂର ହୋଇ ରହିଥାଏ, ଯାହା କି କୌଣସି ପ୍ରକାର ଚର୍ମକୁ ଆହୁରି ସୁନ୍ଦର କରିଥାଏ । ତେବେ ଗୋରା ହେବା ପାଇଁ ସମୁଦ୍ର ପାଣିର କିପରି ବ୍ୟବହାର କରିବା, ଆସନ୍ତୁ ଜାଣିବା…

ତେବେ ଗୋରା ହେବା ପାଇଁ ତ୍ୱଚାକୁ ଉଜ୍ଜଳ କରିବା ଆବଶ୍ୟକ । ଧୂଳି, ମାଟି, ପ୍ରଦୂଷଣ ହେତୁ ତ୍ୱଚାରେ ମୃତ କୋଷଗୁଡ଼ିକ ରହିଯାଏ, ଯାହା ଆମ ଚର୍ମକୁ ଦାଗ ଓ କଳା କରିଥାଏ । ସେଗୁଡିକୁ ହଟାଇ ତ୍ୱଚାକୁ ସୁନ୍ଦର କରିବାକୁ ଆପଣଙ୍କୁ ଏକ୍ସଫୋଲିଏଟ୍ କରିବା ଉଚିତ । ଏଥିପାଇଁ ଆପଣ ସମୁଦ୍ର ଲୁଣ ଓ ପାଣି ମିଶାଇ ଏକ ମୋଟା ପେଷ୍ଟ ପ୍ରସ୍ତୁତ କରନ୍ତୁ ଓ ତାକୁ ହାଲୁକା ଭାବେ ହାତରେ ନେଇ ତ୍ୱଚାରେ ଲଗାନ୍ତୁ । ଏକ ପେଷ୍ଟ ତିଆରି କରିବା ପାଇଁ ଲୁଣର ପରିମାଣ ଅଧିକ ରଖନ୍ତୁ ।

ସେହିପରି ପାଦର ରଙ୍ଗ ସଫା କରିବା ପାଇଁ ସମୁଦ୍ର ଲୁଣ ପାଣି ମଧ୍ୟ ବ୍ୟବହାର କରାଯାଇପାରେ । ତୁମେ ସମୁଦ୍ର ଲୁଣକୁ ଉଷୁମ ପାଣିରେ ମିଶାଇ ତା’ପରେ ତୁମର ପାଦକୁ ସେହି ପାଣିରେ କିଛି ସମୟ ରଖି ବସ ଓ ପରେ ସ୍କ୍ରବ୍ କର । ଏହା କରିବା ଦ୍ୱାରା କେବଳ ଆପଣଙ୍କ ପାଦର ଥକ୍କାପଣ ହ୍ରାସ ହେବା ସହ ପାଦର ମୃତ କୋଷଗୁଡ଼ିକ ମଧ୍ୟ ଦୂର ହୋଇଯିବ ।
ଏହା ସହିତ ଲୁଣ ବ୍ରଣର ସମସ୍ୟାକୁ ଦୂର କରିପାରିବ । ଏକ କପ୍ ପାଣିରେ ପ୍ରାୟ ଏକ ଚାମଚ ସମୁଦ୍ର ଲୁଣକୁ ଭଲ ଭାବରେ ମିଶାନ୍ତୁ । ବର୍ତ୍ତମାନ ଏହି ମିଶ୍ରଣକୁ ତୁଳା ସାହାଯ୍ୟରେ ବ୍ରଣରେ ଲଗାନ୍ତୁ ଓ ଏହାକୁ ଶୁଖିବାକୁ ଦିଅନ୍ତୁ । ଯେତେବେଳେ ଏହି ମିଶ୍ରଣ ଭଲରେ ଶୁଖିଯିବ, ସେବେ ଧୋଇଦିଅନ୍ତୁ । ଏପରି କରିବା ଦ୍ୱାରା ଦେଖିବେ ଆପଣଙ୍କ ବ୍ରଣ ସମସ୍ୟା ଭଲ ହୋଇଯିବ ।

Get real time updates directly on you device, subscribe now.