fbpx

ଆପଣଙ୍କୁ ଆସୁଛି କି ଏମିତି ମେସେଜ୍…..; ସତର୍କ କରାଇଲେ ଡିସିପି ଭୁବନେଶ୍ୱର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ମାତିବାରେ ଲାଗିଛନ୍ତି ସାଇବର ଠକ । ସାଇବର ଠକ ମାନେ ନିୟମିତ ଭାବରେ ଠକିବାର ନୂଆ ନୂଆ ଉପାୟ ବାହାର କରିବାରେ ଲାଗିଛନ୍ତି । ପୂର୍ବରୁ ଆକାଉଣ୍ଟ ସୂଚନା ମାଗି ଲୁଟୁଥିବା ସାଇବର ଠକ ମାନେ ଏବେ ସିମ ଭେରିଫିକେସନ ନାଁରେ ଲୁଟିବାରେ ଲାଗିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଶନିବାର ଡିସିପି ଭୁବନେଶ୍ୱରଙ୍କ ପକ୍ଷରୁ ସତର୍କ ସୂଚନା ପ୍ରଦାନ କରାଯାଇଛି ।

ଡିସିପି ଭୁବନେଶ୍ୱରଙ୍କ ଟ୍ୱିଟ୍ଟର ହ୍ୟାଣ୍ଡେଲରୁ ଟ୍ୱିଟ କରାଯାଇ ସତର୍କ କରାଇବାର ପ୍ରୟାସ କରାଯାଇଛି । ୨୪ ଘଣ୍ଟା ମଧ୍ୟରେ ଆପଣଙ୍କ ସିମ୍ ଡି ଆକ୍ଟିଭେଟ୍ ହୋଇଯିବ । ନିଜ ସିମ୍ ଭେରିଫିକେସନ କରାଇବା ପାଇଁ ୬୨୯୫୨୦୩୩୨୯ ନମ୍ବରକୁ କଲ୍ କରନ୍ତୁ । ଆପଣଙ୍କୁ ଆସୁଛି କି ଏମିତି ମେସେଜ୍ । ଏଭଳି ମେସେଜ୍ ସାଇବର ଠକ ମାନେ ପଠାଇଥିବାରୁ ଏହାକୁ ଅଣଦେଖା କରନ୍ତୁ ଓ ସତର୍କ ରୁହନ୍ତୁ ।

Get real time updates directly on you device, subscribe now.