fbpx

ଗୁଗୁଲରେ ଟ୍ରେଣ୍ଡ୍ କରୁଛି pv sindhu caste, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକରେ ପ୍ରତିବର୍ଷ ଅନେକ ଭାରତୀୟ ଖେଳାଳୀ ମାନେ ଅଂଶ ଗ୍ରହଣ କରିଥାନ୍ତି । ନିକଟରେ ମହିଳ । ହକି ଟିମ୍ ସେମି ଫାଇନାଲ୍ ରେ ଏଣ୍ଟ୍ରୀ କରିଛି । ସାଧାରଣତଃ ଯେତେବେଳେ ଦେଶର କୌଣସି ଖେଳାଳୀ ଅଲିମ୍ପିକ୍ ରେ ଖେଳିବାକୁ ଯାଆନ୍ତି ସେତେବେଳେ ଲୋକ ମାନେ ସେମାନଙ୍କ ବିଷୟରେ ତଥ୍ୟ ପାଇବାପାଇଁ ଚେଷ୍ଟା କରନ୍ତି । ଏହି ଆଧାରରେ ସେମାନେ ଗୁଗୁଲ୍ ରେ ସେମାନଙ୍କ ସମ୍ପର୍କରେ ବିଭିନ୍ନ ପ୍ରକାରର ତଥ୍ୟ ସମ୍ପର୍କରେ ସର୍ଚ୍ଚ କରିଥାନ୍ତି । ଆଉ ଏହି କ୍ରମରେ ସେମାନେ ଗୁଗୁଲ୍ ସର୍ଚ୍ଚ ଟ୍ରେଣ୍ଡରେ ରହିଥାନ୍ତି । ତେବେ ଚଳିତ ଥର ଲୋକ ମାନେ ଅଲିମ୍ପିକ୍ ରେ ଭାଗ ନେଇଥିବା ଭାରତୀୟ ଖେଳାଳୀଙ୍କ ଜାତି ସମ୍ପର୍କରେ ସବୁଠାରୁ ଅଧିକ ସର୍ଚ୍ଚ କରିଛନ୍ତି । ଏନେଇ ଗୁଗୁଲ ଟ୍ରେଣ୍ଡରେ ଦେଖିବାକୁ ମିଳିଛି ।

ବର୍ତ୍ତମାନ ଗୁଗୁଲ୍ ଟ୍ରେଣ୍ଡରେ ଟୋକିଓ ଅଲିମ୍ପିକ୍ ରେ ବ୍ରୋଞ୍ଜ୍ ମେଡାଲ୍ ଜିତିଥିବା ପୁସରଲା ଭେଙ୍କଟ୍ ସିନ୍ଧୁ ଅର୍ଥାତ୍ ପିଭି ସିନ୍ଧୁଙ୍କ ଜାତି ସମ୍ପର୍କରେ ଗୁଗୁଲରେ ସର୍ବାଧିକ ଥର ସର୍ଚ୍ଚ କରାଯାଇଛି । ସିନ୍ଧୁଙ୍କ ଜାତି ବିଷୟରେ ଜାଣିବା ପାଇଁ ମଧ୍ୟପ୍ରଦେଶ ଓ ଝାଡଖଣ୍ଡର ଲୋକ ମାନେ ଅଧିକ ଥର ସର୍ଚ୍ଚ କରିଛନ୍ତି । ଗୁଗୁଲ ଟ୍ରେଣ୍ଡରେ ଅଗଷ୍ଟ ୧ ତାରିଖରେ ପିଭି ସିନ୍ଧୁ କାଷ୍ଟ୍ କିୱାର୍ଡ ସବୁଠାରୁ ଅଧିକ ଥର ସର୍ଚ୍ଚ କରାଯାଇଛି । ଏଥିରେ ଜୁଲାଇ ୨୫ ତାରିଖରୁ ୧ ତାରିଖ ମଧ୍ୟରେ ପିଭି ସିନ୍ଧୁଙ୍କ ଜାତି ସର୍ବାଧିକ ଥର ସର୍ଚ୍ଚ କରାଯାଇଛି ।

ଖାଲି ଏଥର ନୁହେଁ ୨୦୧୬ରେ ରିଓ ଅଲିମ୍ପିକ୍ ସମୟରେ ମଧ୍ୟ ସିନ୍ଧୁଙ୍କ ଜାତି ସମ୍ପର୍କରେ ସର୍ଚ୍ଚ କରାଯାଇଛି । ଏହିୁ ପରିପ୍ରେକ୍ଷୀରେ ସିନ୍ଧୁଙ୍କ କାଷ୍ଟ୍ pv sindhu caste, pusarala caste, pusarla surneme କି ୱାର୍ଡ ସବୁକୁ ସର୍ଚ୍ଚ କରାଯାଇଥିଲା ।

Get real time updates directly on you device, subscribe now.