fbpx

ଭାରତୀୟ ଅଲିମ୍ପିକ୍ ଖେଳାଳି ହେବେ ଚଳିତ ବର୍ଷ ସ୍ୱାଧୀନତା ଦିବସର ଖାସ୍ ଅତିଥି, ଲାଲକିଲ୍ଲାକୁ ଆମନ୍ତ୍ରିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚଳିତ ବର୍ଷର ସ୍ୱାଧୀନତା ଦିବସରେ ଖାସ୍ ଅତିଥି ହେବେ ଟୋକିଓ ଅଲିମ୍ପିକର ସମସ୍ତ ଖେଳାଳୀ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଅଲିମ୍ପିକ୍ ଖେଳାଳି ମାନଙ୍କୁ ଆମନ୍ତ୍ରିତ କରିବା ସହିତ ସେମାନଙ୍କ ସହିତ କଥାବାର୍ତ୍ତା କରିବେ । ଅଗଷ୍ଟ ୧୫ ଅବସରରେ ଏମାନେ ବିଶେଷ ଅତିଥି ରୂପେ ଯୋଗ ଦେବେ ବୋଲି ସୂଚନା ରହିଛି । ତେବେ ଟୋକିଓ ଅଲିମ୍ପିକ୍ ରେ ଭାରତର ୨୨୮ ସଦସ୍ୟ ବିଶିଷ୍ଟ ଦଳ ଅଲିମ୍ପିକ୍ ରେ ଭାଗ ନେଇଛନ୍ତି । ଯେଉଁଥିରେ ୧୧୯ ଜଣ ଖିଲାଡି ସାମିଲ୍ ରହିଛନ୍ତି । ଏଥିରେ ପିଭି ସିନ୍ଧୁ, ମନୁ ଭାକର୍, ଏମସୀ ମ୍ୟାରିକମ୍, ମୀରାବାଇ ଚାନୁ, ବିନେଶ ଫୋଗୋଟ୍, ଦୀପିକା କୁମାର ସାମିଲ୍ ରହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ମୀରାବାଇ ଚାନୁ ଭାରୋତ୍ତୋଳନରେ ରୌପ୍ୟ ପଦକ ଏବଂ ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ବ୍ରୋଞ୍ଜ ପଦକ ଜିତିଛନ୍ତି। ବର୍ତ୍ତମାନ ଦୁଇଟି ପଦକ ସହ ଦେଶ ତାଲିକାରେ ଭାରତ ୬୩ ନମ୍ବରରେ ରହିଛି। ଅନ୍ୟପକ୍ଷରେ ଟୋକିଓ ଅଲିମ୍ପିକ୍ ଗେମ୍ସର ପୁରୁଷ ହକି ଇଭେଣ୍ଟରେ ଭାରତର ପରାଜୟ ପରେ ମୋଦୀ କହିଥିଲେ ଯେ ପରାଜୟ ଏବଂ ବିଜୟ ଜୀବନର ଏକ ଅଂଶ। ଭବିଷ୍ୟତ ପାଇଁ ଦଳକୁ ଶୁଭେଚ୍ଛା ଜଣାଇ ସେ କହିଛନ୍ତି ଯେ ଭାରତୀୟ ଦଳ ଯଥାସମ୍ଭବ ଉଦ୍ୟମ କରିଛି ଏବଂ ତାହା ହିଁ ଗୁରୁତ୍ୱପୂର୍ଣ୍ଣ।

 

Get real time updates directly on you device, subscribe now.