ନୂଆଦିଲ୍ଳୀ: ପ୍ରଥମ ଭାରତୀୟ ମହିଳା ଭାବରେ ବିମାନ ଉଡାଇଥିବା ସରଳା ଠକରାଲଙ୍କ ଉଦ୍ଦେଶ୍ୟରେ ଏକ ଡୁଡୁଲ ଉତ୍ସର୍ଗ କରିଛି ଗୁଗଲ । ସରଳାଙ୍କ ୧୦୭ ତମ ଜନ୍ମବାର୍ଷିକୀ ଅବସରରେ ଗୁଗଲ ପକ୍ଷରୁ ଏହି ଡୁଡୁଲ ଉତ୍ସର୍ଗ କରାଯାଇଛି । କଳାକାର ବୃନ୍ଦା ଜାଭେରୀଙ୍କ ଦ୍ୱାରା ନିର୍ମିତ ଚିତ୍ରକଳାକୁ ଡୁଡୁଲରେ ସ୍ଥାନିତ କରାଯାଇଛି । ସରଳା ପ୍ରଥମ ମହିଳା ପାଇଲଟ ଭାବରେ ବିମାନ ଉଡାଇବା ସହିତ ମହିଳାଙ୍କ ପାଇଁ ଏକ ନୂତନ ସମ୍ଭାବନା ସୃଷ୍ଟି କରିଥିଲେ ।
At the age of 21, Sarla Thukral soared to new heights by taking her first solo flight and becoming India’s first woman pilot ?✈️
Today's #GoogleDoodle honours this incredible pilot, designer, and entrepreneur, on her 107th birth anniversary.
➡️ https://t.co/5dF5JBxUY2. pic.twitter.com/UBeh7LuJkz
— Google India (@GoogleIndia) August 8, 2021
୧୯୧୪, ଅଗଷ୍ଟ ୮ ତାରିଖରେ ସରଳା ବ୍ରିଟିଶ ଇଣ୍ଡିଆର ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ । ୧୬ ବର୍ଷ ବୟସରେ କ୍ୟାପଟେନ୍ ପିଡି ଶର୍ମାଙ୍କୁ ବିବାହ କରିଥିଲେ ସରଳା । ଶର୍ମାଙ୍କ ପରିବାରରେ ୯ ଜଣ ପାଇଲଟ ରହିଥିବା ବେଳେ ସରଳା ମଧ୍ୟ ବିମାନ ଚାଳନା ଆଡକୁ ଆକର୍ଷିତ ହୋଇଥିଲେ । ମାତ୍ର ୨୧ ବର୍ଷ ବୟସରେ ଜିପସୀ ମଥ ଉପରେ ବିମାନ ଚଳାଇ ରେକର୍ଡ କରିଥିଲେ ସରଳା । ଏହାପରେ ସରଳା ଲାହୋର ଫ୍ଲାଇଙ୍ଗ କ୍ଲବରେ ଲାହୋରରୁ କରାଚୀ ମଧ୍ୟରେ ପ୍ରାୟ ୧୦୦୦ ଘଣ୍ଟାର ବିମାନ ଚଳାଚଳ କରି ନିଜର ଏ ଲାଇସେନ୍ସ ହାସଲ କରିଥିଲେ । ୧୯୩୯ରେ ପିଡି ଶର୍ମା ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଏହାର କିଛି ଦିନ ପରେ ସରଳା ବ୍ୟବସାୟିକ ପାଇଲଟ ଲାଇସେନ୍ସ ଆବେଦନ କରିଥିଲେ । ମାତ୍ର ଦ୍ୱିତୀୟ ବିଶ୍ୱଯୁଦ୍ଧ କାରଣରୁ ଏହା ସମ୍ଭବ ହୋଇ ପାରିନଥିଲା । ଆର ପି ଠକରାଲଙ୍କୁ ୧୯୪୮ରେ ଦ୍ୱିତୀୟ ବିବାହ ପରେ ଦିଲ୍ଲୀ ଆସିବା ସହିତ ଚିତ୍ରକଳାରେ ମନୋନିବେଶ କରିଥିଲେ ସରଳା । ୧୫ ମାର୍ଚ୍ଚ ୨୦୦୮ରେ ସରଳାଙ୍କ ନିଧନ ହୋଇଥିବା ବେଳେ ୮ ଅଗଷ୍ଟ ୨୦୨୧ରେ ଗୁଗଲ ପକ୍ଷରୁ ଏହି ଡୁଡୁଲ ଉତ୍ସର୍ଗ କରାଯାଇଥିଲା ।