fbpx
BSKY
BJD MC SKY
BJD MS SKY

ପରଲୋକରେ ଜଣାଶୁଣା ଅଭିନେତା ଅନୁପମ ଶ୍ୟାମ

ମୁମ୍ବାଇ: ଜଣାଶୁଣା ବଲିଉଡ ଅଭିନେତା ଅନୁପମ ଶ୍ୟାମଙ୍କର ପରଲୋକ ଘଟିଛି । କିଡନୀ ସଂକ୍ରମଣ ହେତୁ ଗତ ସପ୍ତାହରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅନେକ ଅଙ୍ଗ କାର୍ଯ୍ୟ ବନ୍ଦ ହେବା ପରେ ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସିରିଏଲ ‘ମନ କି ଆୱାଜ ପ୍ରତିଜ୍ଞା’ରେ ସଜନ ସିଂଙ୍କ ଭୂମିକାରୁ ଅନୁପମ ବେଶ ପ୍ରସିଦ୍ଧ ହୋଇଥିଲେ । ଅନୁପମ୍ ମୁମ୍ବାଇର ଲାଇଫ୍ ଲାଇନ୍ ହସ୍ପିଟାଲରେ କିଡନୀ ଚିକିତ୍ସା କରୁଥିଲେ। ସେ ଗତ ଦେଢ ବର୍ଷ ଧରି ଏହି ରୋଗ ସହ ଲଢୁଥିଲେ। ତାଙ୍କ ମୃତ୍ୟୁ ଟିଭି ଇଣ୍ଡଷ୍ଟ୍ରିକୁ ଚକିତ କରିଛି। ଟିଭି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ଅନେକ ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।

ତେବେ ଅନୁପମଙ୍କ ଏକାଧିକ ଅଙ୍ଗ କାମ କରିବା ବନ୍ଦ କରିବାର କିଛି ସମୟରେ ତାଙ୍କର ମୃତ୍ୟୁ ହୋଇଛି। ଅନୁପମଙ୍କ ସ୍ୱାସ୍ଥ୍ୟ ମଝିରେ ଠିକ୍ ହୋଇଯିବା ପରେ ନିୟମିତ ଭାବେ ଡାଏଲିସିସ୍ କରାଯାଉଥିଲା । ଚଳିତ ବର୍ଷ ‘ପ୍ରତିଜ୍ଞା’ର ସିଜିନ୍-୨ର ସୁଟିଂ କରୁଥିଲେ ଅନୁପମ। ସୁଟିଂ ଚାଲିଥିବା ବେଳେ ସପ୍ତାହକୁ ୩ ଥର ତାଙ୍କୁ ଡାଏଲିସିସ୍ ପାଇଁ ହସ୍ପିଟାଲକୁ ନିଆଯାଉଥିଲା । ଅନୁପମ ଶ୍ୟାମ୍ ସ୍ଲୁମଡୋଗ୍ ମିଲିଅନାୟାର, ବନ୍ଦିତ କୁଇନ, ଦସ୍ତକ, ଦୁସ୍ମନ, ସତ୍ୟା, ଦିଲ୍ ସେ, ଲଗାନ, ନାୟକ ଆଦି ଅନେକ ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି । ଏହା ବ୍ୟତୀତ ସେ ‘ମନ କି ଆୱାଜ ପ୍ରତିଜ୍ଞା’, ‘କୃଷ୍ଣା ଚଲି ଲଣ୍ଡନ’ ଏବଂ ‘ଡୋଲି ଅରମାନ କି’ ସିରିଏଲରେ ମଧ୍ୟ ନଜର ଆସିଥିଲେ। ହେଲେ ଧାରାବାହିକ ‘ପ୍ରତିଜ୍ଞା’ ତାଙ୍କୁ ଅନେକ ଲୋକପ୍ରିୟତା ଦେଇଥିଲା । ଅନୁପମ ଶ୍ୟାମଙ୍କ ଫିଲ୍ମ ଯାତ୍ରା ଏକ ଅନ୍ତର୍ଜାତୀୟ ଫିଲ୍ମରୁ ଆରମ୍ଭ ହୋଇଥିଲା । ସେ ପ୍ରଥମେ ‘ଲିଟିଲ ବୁଦ୍ଧ’ ଫିଲ୍ମରେ କାମ କରିଥିଲେ।

Get real time updates directly on you device, subscribe now.