fbpx

ATMରୁ ଟଙ୍କା ଉଠାଇବାକୁ ଯାଉଛନ୍ତି କି? କ୍ୟାଶ ନଥିଲେ ବ୍ୟାଙ୍କ ଦେବ ୧୦ ହଜାର ଟଙ୍କାର ଜୋରିମାନା, ଏହି ତାରିଖରୁ ହେବ ଲାଗୁ

ନୂଆଦିଲ୍ଲୀ : ATMରେ ପର୍ଯ୍ୟାପ୍ତ ପରିମାଣରେ ଟଙ୍କା ନରଖିବା ଏବେ ବ୍ୟାଙ୍କକୁ ମହଙ୍ଗା ପଡିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ ପକ୍ଷରୁ କୁହାଯାଇଛି ଯେ, ଯଦି କ୍ୟାଶର ଅଭାବ ଯୋଗୁଁ ଏଟିଏମରୁ ଗ୍ରାହକ ଖାଲି ହାତରେ ଫେରେ, ତେବେ ସମ୍ବନ୍ଧିତ ବ୍ୟାଙ୍କକୁ ଜୋରିମାନା ଦେବାକୁ ପଡିବ । ଆରବିଆଇର ଏହି ନିୟମ ଚଳିତବର୍ଷ ଅକ୍ଟୋବର ୧ରୁ ଲାଗୁ ହେବ ।

ତେବେ ଏଟିଏମରେ କ୍ୟାଶ ନଥିବାରୁ ସାଧାରଣ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ଆରବିଆଇ ଏହି ନିୟମ ଲାଗୁ କରିବାକୁ ଯାଉଛି । ରିପୋର୍ଟ ମୁତାବକ, ୨୦୨୧ ଅକ୍ଟୋବର ୧ ତାରିଖ ଠାରୁ ଯଦି ଏକ ଏଟିଏମରେ ମାସକ ମଧ୍ୟରେ ୧୦ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ କ୍ୟାଶ ଖାଲି ଥିବ, ତା’ହେଲେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସଂପୃକ୍ତ ବ୍ୟାଙ୍କକୁ ଜରିମାନା ଦେବାକୁ କହିବ । ଆରବିଆଇ ଏକ ସର୍କୁଲାର ଜାରି କରି କହିଛି ଯେ, ଏଟିଏମରେ ନିର୍ଦ୍ଧାରିତ ସମୟ ମଧ୍ୟରେ କ୍ୟାଶ ଭର୍ତ୍ତି ନହେଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ।

Get real time updates directly on you device, subscribe now.