fbpx

GSLV-F10 ମିଶନ ଅସମ୍ପୂର୍ଣ୍ଣ: ଇସ୍ରୋ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ କରାଯାଉଥିବା ଜିଏସଏଲଭି-ଏଫ-୧୦ ମିଶନ ବିଫଳ ହୋଇଛି । ଗୁରୁବାର ସକାଳ ୫.୪୩ ମିନିଟରେ ଏହି ମିଶନ ଆରମ୍ଭ ହୋଇଥିବା ବେଳେ ଏହା ବିଫଳ ହୋଇଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ମିଳିଛି । କ୍ରାୟୋଜେନିକ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇନଥିବାରୁ ମିଶନ ବିଫଳ ହୋଇଥିବା ନେଇ ଘୋଷଣା କରାଯାଇଛି । ୨୬ ଘଣ୍ଟାର କାଉଣ୍ଟଡାଉନ୍ ପରେ ସକାଳ ୫.୪୩ ମିନିଟରେ ଜିଏସଏଲଭି ରକେଟ ଉତ୍କ୍ଷେପଣ କରାଯାଇଥିଲା ।

୫୧.୭୦ ମିଟରର ରକେଟଟି ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ସଫଳତାର ସହିତ ଉତକ୍ଷେପଣ କରାଯାଇଥିଲା । ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ କେନ୍ଦ୍ରରୁ ଏହି ଉତକ୍ଷେପଣ କରାଯାଇଥିଲା । ରକେଟର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଲଞ୍ଚ ସଫଳ ହୋଇଥିଲା । ତେବେ ମାତ୍ର କିଛି ମିନିଟ ମଧ୍ୟରେ ଏହି ମିଶନ ବିଫଳ ହୋଇଥିବା ନେଇ ଘୋଷଣା କରାଯାଇଥିଲା । ଏହି ରକେଟଟି ଆର୍ଥ ଅବଜର୍ଭିଙ୍ଗ ସାଟେଲାଇଟ୍(ଇଓଏସ୍-୩)କୁ ନେଇ ଯାଉଥିଲା । ଇସ୍ରୋ ଚେୟାରମ୍ୟାନ କେ ଶିବନ ମିଶନ ବିଫଳ ହୋଇଥିବା ନେଇ ସୂଚନା ଦେଇଛନ୍ତି । ବୈଷୟିକ ତ୍ରୁଟି କାରଣରୁ ଏହି ମିଶନଟି ଅସମ୍ପୂର୍ଣ୍ଣ ରହିଛି ବୋଲି ଶିବନ କହିଛନ୍ତି ।

Get real time updates directly on you device, subscribe now.