fbpx

ଆରମ୍ଭ ହେଲା ତାଲିବାନ ଯୁଗ, ଆଫଗାନିସ୍ତାନର ହେବ ନୂଆ ନାମ; ଜାଣନ୍ତୁ କଣ

କାବୁଲ: ଆଫଗାନିସ୍ତାନ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ତାଲିବାନ ମାନଙ୍କ ହାତକୁ ଚାଲିଯିବ ବୋଲି ଆଶଙ୍କା କରାଯାଉଥିଲା । ଯାହା ରବିବାର ଦିନ ସତ ସାବ୍ୟସ୍ତ ହୋଇଛି । କାବୁଲ ଉପରେ କବଜା କରିବା ସହିତ ଆଫଗାନିସ୍ତାନ ଉପରେ ୨୦ ବର୍ଷ ପରେ ପୁଣି ନିଜର ରାଜୁତି ଆରମ୍ଭ କରିଛି ତାଲିବାନ । ସେମାନଙ୍କ ଲେଉଟାଣିରେ ଏବେ ଆଫଗାନିସ୍ତାନର ପରିସ୍ଥିତି ଖୁବ୍ ଭୟାନକ ରହିଛି । ରାଷ୍ଟ୍ରପତି ଭବନରେ ଏବେ ତାଲିବାନ ଆତଙ୍କବାଦୀ ମାନେ ପହଞ୍ଚି ସାରିଛନ୍ତି ।

ସଶସ୍ତ୍ର ତାଲିବାନ ଆତଙ୍କବାଦୀମାନେ ଆଫଗାନିସ୍ତାନର ରାଷ୍ଟ୍ରପତି ଭବନକୁ ଦଖଲ କରିଛନ୍ତି। ତାଲିବାନ ଦାବି କରିଛି ଯେ ଏହା କେବଳ କାବୁଲର ୧୧ ଟି ଜିଲ୍ଲାକୁ ନିୟନ୍ତ୍ରଣ କରିନାହିଁ, ବରଂ ଏହା ବର୍ତ୍ତମାନ ଆଫଗାନିସ୍ତାନକୁ ମଧ୍ୟ ନିୟନ୍ତ୍ରଣକୁ ନେଇସାରିଛି । ସେଥିପାଇଁ ତାଲିବାନ ଖୁବ୍ ଶୀଘ୍ର ଆଫଗାନିସ୍ତାନରେ ନିଜର ଶାସନ ଘୋଷଣା କରିବାକୁ ଯାଉଛି । ତେବେ ଇତି ମଧ୍ୟରେ ଆଉ ଏକ ଖବର ଆସି ପହଞ୍ଚିଛି ଆଫଗାନିସ୍ତାନର ନୂତନ ନାମ ବର୍ତ୍ତମାନ “ଇସଲାମିକ୍ ଏମିରେଟ୍ସ ଅଫ୍ ଆଫଗାନିସ୍ତାନ(Islamic Emirate of Afghanistan)” ହେବ ବୋଲି ଘୋଷଣା କରିଛନ୍ତି ତାଲିବାନ ସଂଗଠନ ।

ତାଲିବାନ ନିଶ୍ଚିତ କରିଛି ଯେ, କାବୁଲରେ ଉପସ୍ଥିତ ଥିବା କୂଟନୀତିଜ୍ଞ ମାନଙ୍କୁ ଭୟ କରିବା ଆଦୌ ଉଚିତ୍ ନୁହେଁ । କିନ୍ତୁ ତାଲିବାନ୍ ମାନେ ଯେଉଁ ଭଳି ଭାବରେ ଗୋଟିଏ ପରେ ଗୋଟିଏ ରାଜ୍ୟ ଉପରେ କବଜା ଳକରିଚାଲିଛନ୍ତି । ତାକୁ ଦେଖି ଲୋକମାନଙ୍କ ମନରେ ଏକ ପ୍ରକାର ଭୟ ଚାଲି ଆସିଛି । ତେଣୁ ସେମାନେ ଯଥା ସମ୍ଭବ ଦେଶ ଛାଡ଼ି ପଳାୟନ କରୁଛନ୍ତି । ଏହାର ଝଲକ କାବୁଲର ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରେ ଦେଖିବାକୁ ମିଳିଛି । ଏୟାରପୋର୍ଟରେ ବିଶୃଙ୍ଖଳା ପରିସ୍ଥିତି ଦେଖିବାକୁ ମିଳିଛି । ଯାହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଜୋରରେ ଭାଇରାଲ୍ ହେଉଛି ।

ଏହି ସମୟରେ ବିଭିନ୍ନ ନାଟୋ ଦେଶ ମାନେ କାବୁଲକୁ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏବେ କାବୁଲ ଏୟାରପୋର୍ଟ କେବଳ ସାମରିକ କ୍ଷେତ୍ର ପାଇଁ ବ୍ୟବହାର କରାଯିବ ।

Get real time updates directly on you device, subscribe now.