fbpx

‘ମୋତେ ଲୁହ ପୋଛିବାକୁ ପଡ଼ିବ’, କାନ୍ଦି କାନ୍ଦି କହୁଥିବା ଆଫଗାନିସ୍ତାନ ଯୁବତୀଙ୍କ Viral Video

କାବୁଲ: ଆଫଗାନିସ୍ତାନରେ ଅବସ୍ଥା ଦିନକୁ ଦିନ ଖରାପ ହେବାକୁ ଯାଉଛି । ତାଲିବାନର ନିର୍ଦ୍ଦୟ ଶାସନରୁ ରକ୍ଷା ପାଇବା ପାଇଁ ଲୋକମାନେ ଆଫଗାନିସ୍ତାନ ଛାଡି ପଳାଉଛନ୍ତି । ସମଗ୍ର ଆଫଗାନିସ୍ତାନରେ ଲୋକମାନେ ଏଣେତେଣେ ପଳାଉଥିବା ବେଳେ ଏୟାରପୋର୍ଟରେ ହଜାର ହଜାର ସଂଖ୍ୟାରେ ଲୋକମାନେ ଉପସ୍ଥିତ ହୋଇଛନ୍ତି । ସମସ୍ତେ ବାହାରକୁ ଯିବାକୁ ପ୍ରୟାସ ଜାରି ରଖିଛନ୍ତି । ଏହାରି ମଧ୍ୟରେ ଉଡାଣ ଭରିଥିବା ବିମାନରୁ ଖସିପଡି କିଛି ଲୋକଙ୍କର ମୃତ୍ୟୁ ଘଟଣା ବି ସାମ୍ନାକୁ ଆସିଛି । ଏହି ସମୟରେ ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଆଫଗାନିସ୍ତାନୀ ହେବାର ଦୁଃଖ ବର୍ଣ୍ଣନା ପରି କାନ୍ଦୁଛନ୍ତି ।

ଭାଇରାଲ ଭିଡିଓରେ ଯୁବତୀ ଆଫଗାନିସ୍ତାନ ଭାଷାରେ ନିଜର ଯନ୍ତ୍ରଣା ପ୍ରକାଶ କରୁଛି । ସେ କାନ୍ଦି କାନ୍ଦି କହିଛନ୍ତି ଯେ, ଆମର ଅସ୍ତିତ୍ୱ କାହା ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, କାରଣ ଆମେ ଆଫଗାନିସ୍ତାନରେ ଜନ୍ମ ହୋଇଛୁ । ମୋତେ ଲୁହ ପୋଛି ଦେବାକୁ ପଡିବ, କାରଣ କାହାକୁ ବି ଆମର ଚିନ୍ତା ନାହିଁ । ଆମେ ଧୀରେ ଧୀରେ ଇତିହାସରେ ଶେଷ ହୋଇଯିବୁ ।’

ତେବେ ୪୫ ସେକେଣ୍ଡର ଏହି ଭିଡିଓରେ ଯୁବତୀ ଜଣକ ସବୁ କହିଛନ୍ତି, ଯାହା ଏହି ସମୟରେ ଆଫଗାନିସ୍ତାନର ଲୋକମାନେ ବର୍ତ୍ତମାନ ଅନୁଭବ କରୁଛନ୍ତି । ଭିଡିଓକୁ ଆଫଗାନିସ୍ତାନର ଉପନ୍ୟାସିକ ଖାଲେଡ ହୋସେନି ତାଙ୍କ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହାକୁ ୨ ମିଲିୟନରୁ ଅଧିକ ଥର ଦେଖାସରିଛି ।

Get real time updates directly on you device, subscribe now.