ଜୟପୁର : ଜୟପୁରର ଏକ ଡାକ୍ତରଖାନାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଭର୍ତ୍ତି ହୋଇଛନ୍ତି । ଯାହା ଫଳରେ ତାଙ୍କ ଦିଲ୍ଲୀ ଗସ୍ତ ବାତିଲ ହୋଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ସୱାଇ ମାନ୍ ସିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ସୱାଇ ମାନ୍ ସିଂ ହସ୍ପିଟାଲର ମୁଖ୍ୟ ଡାକ୍ତର କହିବା ଅନୁଯାୟୀ ଗେହଲଟ୍ଙ୍କୁ ସିସିୟୁରେ ଭର୍ତ୍ତି କରାଯାଇଛି । ସ୍କାନିଂ ସମୟରେ ଏହା ଜଣାପଡିଛି ଯେ ଧମନୀରେ ୯୦ ପ୍ରତିଶତ ବ୍ଲକେଜ୍ ରହିଛି । ଗେହଲଟ୍ ଟ୍ୱିଟ୍ କରିଛନ୍ତି ଯେ କୋଭିଡରୁ ସୁସ୍ଥ ହେବା ପରେ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି । “ଗତକାଲି ଠାରୁ ମୋର ଛାତିରେ ପ୍ରବଳ ଯନ୍ତ୍ରଣା ହେଉଥିଲା । ଆଞ୍ଜିଓପ୍ଲାଷ୍ଟି ହୋଇସାରିଛି । ମୁଁ ସୁସ୍ଥ ଅଛି ଏବଂ ଶୀଘ୍ର ଫେରି ଆସିବି । ତୁମର ଆଶୀର୍ବାଦ ଏବଂ ଶୁଭେଚ୍ଛା ମୋ ସହ ଅଛି ବୋଲି ଟ୍ୱିଟ କରି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
*NGO- Angio
— Ashok Gehlot (@ashokgehlot51) August 27, 2021