fbpx

ଏଥର ବି ରାଜଧାନୀ ଦିଲ୍ଲୀରେ ଫୁଟିବ ନାହିଁ ବାଣ, ବିକ୍ରି ଏବଂ ମହଜୁଦ ଉପରେ ଲାଗିଲା ପୂର୍ଣ୍ଣ କଟକଣା

ନୂଆଦିଲ୍ଲୀ : ଦିଲ୍ଲୀରେ ଗତ ତିନି ବର୍ଷ ପରି ଏଥର ମଧ୍ୟ ଦୀପାବଳିରେ ବାଣ ବିକ୍ରି ଏବଂ ଫୁଟାଇବା ଉପରେ କଟକଣା ଲଗାଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ ଜରିଆରେ ବୁଧବାର ଏହାର ଘୋଷଣା କରିଛନ୍ତି । ଦିଲ୍ଲୀରେ ପ୍ରଦୂଷଣ ସ୍ଥିତିକୁ ଦୃଷ୍ଟିରେ ରଖି ସେ ଏହି ନିଷ୍ପତ୍ତି ନେଇଛନ୍ତି ।

କେଜ୍ରିୱାଲ କହିଛନ୍ତି, ଗତ ତିନି ବର୍ଷରେ ଦୀପାବଳି ସମୟରେ ଦିଲ୍ଲୀର ପ୍ରଦୂଷଣ ବିପଦଜ୍ଜନକ ସ୍ଥିତିରେ ଥିବା ଦେଖି ଗତ ବର୍ଷ ପରି ଏଥର ମଧ୍ୟ ସବୁ ପ୍ରକାରର ବାଣ ଭଣ୍ଡାର, ବିକ୍ରି ଏବଂ ଫୁଟାଇବା ଉପରେ ସଂପୂର୍ଣ୍ଣ କଟକଣା ଲଗାଯାଉଛି । ଏଥିରେ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିବ ବୋଲି ସେ କହିଛନ୍ତି ।

 

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ବ୍ୟବସାୟୀଙ୍କୁ ଅପିଲ୍ କରିଛନ୍ତି ଯେ, ଗତ ବର୍ଷ ବ୍ୟବସାୟୀଙ୍କ ଦ୍ୱାରା ବାଣ ମହଜୁଦ ହେବା ପରେ ଏବଂ ପ୍ରଦୂଷଣ ସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ଣ୍ଣ କଟକଣା ଲଗାଇବା ଫଳରେ ବ୍ୟବସାୟୀଙ୍କ କ୍ଷତି ଘଟିଥିଲା । ତେଣୁ ଏଥର ସମୟ ପୂର୍ବରୁ ବାଣ ମହଜୁଦ କରିବା ଏବଂ ବିକ୍ରି ଉପରେ କଟକଣା ଲାଗୁ କରାଯାଉଛି । ତେଣୁ ସମସ୍ତ ବ୍ୟବସାୟୀ ଭାଇଙ୍କୁ ମୋର ବିନମ୍ର ଅନୁରୋଧ ଯେ, ଏଥର ସଂପୂର୍ଣ୍ଣ କଟକଣାକୁ ନଜରରେ ରଖି ବାଣ ମହଜୁଦ ରଖନ୍ତୁ ନାହିଁ ।

Get real time updates directly on you device, subscribe now.