fbpx

ଯଦି ଆପଣଙ୍କ ପାଖରେ ଅଛି PF ଆକାଉଣ୍ଟ ତେବେ କରନ୍ତୁ ଏହି କାମ, ମିଳିବ ୭ ଲକ୍ଷ ଟଙ୍କାର ଫାଇଦା

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ ବା ଇପିଏଫଓ ନିଜ ଆକାଉଣ୍ଟଧାରୀଙ୍କ ପାଇଁ ଅନେକ ସୁବିଧା ଦେଉଛି । ଆଜିକାଲି ଇପିଏଫଓର ଆକାଉଣ୍ଟଧାରୀମାନେ ସମସ୍ତ କାମ ଅନଲାଇନ୍ ମାଧ୍ୟମରେ କରିପାରିବେ । ସେହିପରି ଇ ନୋମିନେସନ୍ ମଧ୍ୟ ଏକ ପ୍ରକ୍ରିୟା, ଯାହାକୁ ଅନଲାଇନ୍ ମାଧ୍ୟମରେ କରିପାରିବେ । ଯଦି ଆପଣ ଇପିଏଫଓ ଦ୍ୱାରା ଦିଆଯାଉଥିବା ଲାଭର ଫାଇଦା ଉଠାଇବାକୁ ଚାହାଁନ୍ତି, ତେବେ ନିଜର ନୋମିନେସନକୁ ଖୁବଶୀଘ୍ର ଡିଜିଟାଲ ଉପାୟରେ କରିବାକୁ ପଡିବ ।

ଏଥର ଇପିଏଫଓ ଏକ ନୋଟିଫିକେସନ୍ ଜାରି କରିଛି, ଯେଉଁଥିରେ ସମସ୍ତ ଉପଭୋକ୍ତାଙ୍କୁ ଇ ନୋମିନେସନ ଖୁବଶୀଘ୍ର ଦାଖଲ କରିବାକୁ କୁହାଯାଇଛି । ଇପିଏଫଓର ୱେସାଇଟକୁ ଯାଇ ଆପଣ ଇ-ନୋମିନେସନ ଅନଲାଇନରେ କରିପାରିବେ । ଏହା ପୂର୍ବରୁ ଉପଭୋକ୍ତାଙ୍କୁ ସମସ୍ତ କାମ ଅଫିସ ଯାଇ କରିବାକୁ ପଡୁଥିଲା, କିନ୍ତୁ ଇ ନୋମିନେସନ ମାଧ୍ୟମରେ ସେହି କାମ ଏବେ ଅନଲାଇନ୍ ମାଧ୍ୟମରେ ହୋଇପାରିବ ।

ଇପିଏଫଓ ନିଜର ଉପଭୋକ୍ତାମାନଙ୍କୁ ଅବସର ସମୟରେ ଫଣ୍ଡ ଓ ପେନସନର ସୁବଧା ଦେଉଛି । ଗ୍ରାହକଙ୍କ ମୃତ୍ୟୁ ହେଲେ ପରିବାରକୁ ପେନସନ୍ ଓ ବୀମାର ଲାଭ ଦେଉଛି । ଏଥିରେ ୭ ଲକ୍ଷ ଟଙ୍କାର ବୀମା ରହିଛି । ଇପିଏଫଓ ନିକଟରେ ଇଡିଏଲଆଇ ଯୋଜନାର ଗ୍ରାହକଙ୍କ ପାଇଁ ବୀମା ସୁବିଧାକୁ ବୃଦ୍ଧି କରିଛି । ଏହାକୁ ୨.୫ ଲକ୍ଷରୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଇ-ନୋମିନେସନ ପ୍ରକ୍ରିୟା ବହୁତ ସହଜ, ଯାହାକୁ ଆପଣ ଅନଲାଇନ୍ ମାଧ୍ୟମରେ ବି କରିପାରିବେ । ଏଥିପାଇଁ ଆପଣଙ୍କୁ ଇପିଏଫଓର ୱେବସାଇଟକୁ ଯିବାକୁ ପଡିବ ।

Get real time updates directly on you device, subscribe now.