fbpx

ଅକ୍ଟୋବର ମାସରେ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ, ଶୀଘ୍ର ସାରିଦିଅନ୍ତୁ କାମ

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସ ସରିବାକୁ ଆଉ ମାତ୍ର କେଇଟା ଦିନ ରହିଛି । ତେବେ ଅକ୍ଟୋବର ମାସରେ ଅନେକ ପର୍ବପର୍ବାଣୀ ରହିଛି । ଯେଉଁଥିପାଇଁ ଅକ୍ଟୋବର ମାସରେ ୨୧ ଦିନ ଯାଏ ବ୍ୟାଙ୍କ ବନ୍ଦ ରହିବ । ଆସନ୍ତା ମାସରେ ନବରାତ୍ରି, ବିଜୟାଦଶମୀ ସମେତ ଅନେକ ପର୍ବ ରହିଛି । ତେଣୁ ଏହି ପରିପ୍ରେକ୍ଷୀରେ ବ୍ୟାଙ୍କ ଅନେକ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ । ତେଣୁ ଯଦି ଆପଣଙ୍କ ବ୍ୟାଙ୍କରେ ଜରୁରୀ କାମ ରହିଛି । ତେବେ ତାକୁ ଖୁବ୍ ଶୀଘ୍ର ସାରି ଦିଅନ୍ତୁ ।

ସୂଚନା ଅନୁସାରେ, ରିଜର୍ଭ ବ୍ୟାଙ୍କ ପକ୍ଷରୁ ଅକ୍ଟୋବର ମାସ ପାଇଁ ଛୁଟିଦିନ ମାନଭ୍କର ଲିଷ୍ଟ ଜାରି କରିଛନ୍ତି । ଆଗାମୀ ମାସ ଛୁଟି ଦିନରେ ଭରି ରହିଛି । ଏହି କ୍ରମରେ ଅନେକ ବ୍ୟାଙ୍କ ବନ୍ଦ ରହିବ । ଆରବିଆଇର ଗାଇଡଲାଇନ ଅନୁସାରେ, ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ । ଏହି କାରଣରୁ ଦେଶର ବିଭିନ୍ନ ସହର ମାନଙ୍କରେ ବ୍ୟାଙ୍କ ବନ୍ଦ ରହିବ । ସେହିପରି ୩ ତାରିଖ ରବିବାର ପଡ଼ୁଥିବାରୁ ବ୍ୟାଙ୍କ ବନ୍ଦ ରହିବ । ଏହାପରେ ୬ ତାରିଖରେ ଅଗରତାଲା, ବେଙ୍ଗାଲୁରୁ, କୋଲକାତାରେ ମହାଳୟା ଅମାବାସ୍ୟା କାରଣରୁ ବ୍ୟାଙ୍କ ବନ୍ଦ ରହିବ । ଏହାବ୍ୟତୀତ ମହାସପ୍ତମୀ, ମହାଅଷ୍ଟମୀ ଏବଂ ଦଶହରା ପାଇଁ ମଧ୍ୟ ବ୍ୟାଙ୍କ କର୍ମଚାରୀଙ୍କ ଛୁଟି ରହିବ ।

୧ ଅକ୍ଟୋବର- ଗ୍ୟାଙ୍ଗଟକ୍ ରେ ଅର୍ଦ୍ଧ ବାର୍ଷିକ ବ୍ୟାଙ୍କ କ୍ଲୋଜିଂ ଆକାଉଣ୍ଟ କାରଣରୁ ପ୍ରଭାବିତ ହେବ ।
୨ ଅକ୍ଟୋବର- ଗାନ୍ଧୀ ଜୟନ୍ତୀ
୩ ଅକ୍ଟୋବର- ରବିବାର
୬ ଅକ୍ଟୋବର- ମହାଳୟା ଅମାବାସ୍ୟା
୭ ଅକ୍ଟୋବର- ମୀରା ଚୋରେଲ ହୋଓବା-ଇମ୍ଫାଲରେ ବ୍ୟାଙ୍କ ବନ୍ଦ
୯ ଅକ୍ଟୋବର- ଶନିବାର (ମାସର ଦ୍ୱିତୀୟ ଶନିବାର)
୧୦ ଅକ୍ଟୋବର- ରବିବାର
୧୨ ଅକ୍ଟୋବର- ଦୁର୍ଗା ପୂଜା(ମହା ସପ୍ତମୀ)
୧୩ ଅକ୍ଟୋବର- ମହାଅଷ୍ଟମୀ
୧୪ ଅକ୍ଟୋବର- ଦଶହରା, ମହାନବମୀ(ଦୁର୍ଗା ପୂଜା)
୧୫ ଅକ୍ଟୋବର- ବିଜୟାଦଶମୀ
୧୬ ଅକ୍ଟୋବର- ଦୁର୍ଗା ପୂଜା-ଗ୍ୟାଙ୍ଗଟକ୍ ରେ ବ୍ୟାଙ୍କ ବନ୍ଦ
୧୭ ଅକ୍ଟୋବର- ରବିବାର
୧୮ ଅକ୍ଟୋବର- କଟୀ ବିହୂ(ଗୌହାଟିରେ ବ୍ୟାଙ୍କ ବନ୍ଦ)
୧୯ ଅକ୍ଟୋବର- ଇଦ୍-ଏ-ମିଲାଦ୍, ମିଲାଦ୍-ଇ-ଶରୀଫ୍
୨୦ ଅକ୍ଟୋବର- ମହର୍ଷି ବାଲ୍ମୀକୀଙ୍କ ଜନ୍ମଦିନ/ଲକ୍ଷ୍ମପୂଜା
୨୨ଅକ୍ଟୋବର- ଇଦ୍-ଏ-ମିଲାଦ-ଉଲ-ନବୀ ପରର ଶୁକ୍ରବାର(ଜମ୍ମୁ ଓ ଶ୍ରୀ ନଗରରେ ବ୍ୟାଙ୍କ ବନ୍ଦ)
୨୩ ଅକ୍ଟୋବର- ଶନିବାର( ମାସର ୪ର୍ଥ ଶନିବାର)
୨୪ ଅକ୍ଟୋବର- ରବିବାର
୨୬ ଅକ୍ଟୋବର- ବିଲୟ ଦିବସ(ଜମ୍ମୁ ଓ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ
୩୧ ଅକ୍ଟୋବର- ରବିବାର

Get real time updates directly on you device, subscribe now.