fbpx

ମୋବାଇଲ୍ ଇୟରଫୋନ୍ ୟୁଜ୍ କରୁଥିଲେ ହୋଇଯାଆନ୍ତୁ ସାବଧାନ: ଏତିକି ଘଣ୍ଟା ପାଇଁ ଗୀତ ଶୁଣିଲେ ଡେଡ୍ ହୋଇଯିବ କାନ

ନୂଆଦିଲ୍ଲୀ: ଆପଣ ଇୟରଫୋନ ୟୁଜ୍ କରୁଛନ୍ତି କି? ଆଜିକାଲି ଅଧିକାଂଶ ଯୁବପୀଢ଼ି ଲଗାତର କାନରେ ଇୟରଫୋନ ଲଗାଇ ଗୀତ ଶୁଣିବା ସହ ମୁଭି ଦେଖିଥାନ୍ତି । ଯଦିଓ ଇୟରଫୋନ ୟୁଜ୍ କରିବା ଖରାପ ନୁହେଁ, ତେବେ ଅଧିକ ମାତ୍ରାରେ ଏହାକୁ ବ୍ୟବହାର କରିବା କାନ ପାଇଁ କ୍ଷତିକାରକ ଅଟେ । ବିଗତ କିଛିବର୍ଷ ଧରି ସଡ଼କ ଦୁର୍ଘଟଣା ପରି ଇୟରଫୋନ କାରଣରୁ କାନ ଖରାପ ହେବା ମାମଲା ମଧ୍ୟ ବଢ଼ିବାରେ ଲାଗିଛି ।

ଜଣାପଡ଼ିଛି ଯେ, ୫୦ ପ୍ରତିଶତ ଯୁବକମାନେ କାନର ସମସ୍ୟା କାରଣରୁ ଇୟରଫୋନ ବ୍ୟବହାର କରିଥାନ୍ତି । ଏହାର ବାରମ୍ବାର ବ୍ୟବହାର କରିବା ଫଳରେ କାନ ଦର୍ଦ, ସିର ଦର୍ଦ, ଅନିଦ୍ରା ପରି ସମସ୍ୟା ଉପୁଜିଥାଏ । ତେବେ ଲଗାତର ଇୟରଫୋନର ବ୍ୟବହାର ଫଳରେ କାନର ଶୁଣିବାର କ୍ଷମତା ୪୦ ଡେସିବଲ ହ୍ରାସ ପାଇଥାଏ ବୋଲି ପୂର୍ବୋତ୍ତର ଦିଲ୍ଲୀର ଇୟର ସ୍ପେଶାଲିଷ୍ଟ ଡା. ଏ. ବହାବ କହିଛନ୍ତି । ସେ କହିଛନ୍ତି ଯେ, ଇୟରଫୋନ ପାଇଁ କାନର ପର୍ଦ୍ଦା ଭାଇବ୍ରେଟ ହୋଇଥାଏ ଓ କାନ ଖରାପ ହେବାର ସମ୍ଭାବନା ରହିଥାଏ । ଫଳରେ କାନରେ ଛନ ଛନ ଆୱାଜ ଆସିବା, ସନସନାହଟ, ଚକ୍କର ଆସିବା ଆଦି ସମସ୍ୟା ଉପୁଜିଥାଏ । ଏହାପରେ ବ୍ୟକ୍ତିଜଣକ ଦୂରରୁ ଆସୁଥିବା ଶବ୍ଦକୁ ଠିକରେ ଶୁଣିପାରନ୍ତି ନାହିଁ, ଯାହାକୁ କି ବଧିର କୁହାଯାଇଥାଏ । ଅଧିକ ଶବ୍ଦ ବିଶିଷ୍ଟ ସଂଗୀତ ଶୁଣିବା ଫଳରେ ହୃଦରୋଗ, କ୍ୟାନସର, ମାନସିକ ରୋଗ ହୋଇଥାଏ । ଇୟରଫୋନରେ ୧୦୦ ଡେସିବିଲ ପର୍ଯ୍ୟନ୍ତ ଆୱାଜ ଆସିଥାଏ, ଯାହାକି ଆପଣଙ୍କର କାନକୁ ଡ୍ୟାମେଜ୍ କରିବା ପାଇଁ ଯଥେଷ୍ଟ ହୋଇଥାଏ । କାନ ସାଧାରଣତଃ ୬୫ ଡେସିବିଲ ଆୱାଜ ସହନ କରିପାରିଥାଏ । ୮୫ ଡେସିବିଲ ଆୱାଜ ଶୁଣିବା ବହୁତ ଖତରନାକ ହୋଇଥାଏ । ଇୟରଫୋନରେ ଯଦି ୪୦ ଘଣ୍ଟାରୁ ଅଧିକ ସମୟ ମଧ୍ୟରେ ୯୦ ଡେସିବିଲ ଧ୍ୱନି ଜଣେ ଶୁଣେ, ତେବେ ଏହା କାନର ନସକୁ ସମ୍ପୂର୍ଣ୍ଣ ଭାବେ ଡେଡ୍ କରିଦେଇଥାଏ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.