fbpx

ଚାଲିଗଲା ‘ଗୁଲାବ୍’ ବର୍ତ୍ତିଗଲା ଓଡ଼ିଶା: ଏବେ ଅସଲ ରୂପ ଦେଖାଇପାରେ ଛତିଶଗଡ଼ରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ୍’କୁ ନେଇ ଆଶ୍ୱସ୍ତି ମିଳିଛି । ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସାମାନ୍ୟ କ୍ଷତି ହୋଇଛି । କିଛି ସ୍ଥାନରେ ପାହାଡ଼ ଅତଡ଼ା ଖସିବା ସହ ଗଛ ମଧ୍ୟ ଭାଙ୍ଗିଛି । ତେବେ ରାଜ୍ୟର ବିଶେଷ କିଛି କ୍ଷତି ହୋଇନଥିବା ରିପୋର୍ଟରୁ ଜଣାପଡ଼ିଛି ।

ତେବେ ବର୍ତ୍ତମାନ ‘ଗୁଲାବ୍’ ଗଭୀର ଅବପାତରେ ପରିଣତ ହେବା ସହ ଆଗାମୀ ୬ ଘଣ୍ଟାରେ ଏହା ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଛି । ଆନ୍ଧ୍ରର ଶ୍ରୀକାକୁଲମରୁ କୋରାପୁଟ ଦେଇ ବାତ୍ୟା ଛତିଶଗଡ଼ ଚାଲିଯାଇଛି । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିଛି । ଗତକାଲିଠାରୁ ଗଜପତି, ମାଲକାନଗିରି, ରାୟଗଡ଼ା, କନ୍ଧମାଳ ଆଦି ଜିଲ୍ଲାରେ ବର୍ଷା ହେଉଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଆଦି ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ନୂଆପଡ଼ା, ବଲାଙ୍ଗିର, ରାୟଗଡ଼ା, କଳାହାଣ୍ଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Get real time updates directly on you device, subscribe now.