fbpx

ହାଜତ ମୃତ୍ୟୁ ଘଟଣା: ୫ ପୋଲିସଙ୍କୁ କାର୍ଯ୍ୟରୁ ହଟାଗଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବରଗଡ଼ ଜିଲ୍ଲା ଟାଉନ ଥାନା ହାଜତ ମୃତ୍ୟୁ ମାମଲାରେ ୫ ପୋଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏସପି ଏହି କର୍ମଚାରୀଙ୍କୁ କାର୍ଯ୍ୟରୁ ବିରତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କର୍ମଚାରୀମାନେ ମୃତକଙ୍କୁ ଘରୁ ଉଠାଇ ଆଣିଥିଲେ । ତେବେ ଏମାନେ କେବଳ କାର୍ଯ୍ୟରୁ ବିରତ ରହିବେ ନା ଆଉ କିଛି କଠୋର କାର୍ଯ୍ୟାନୁଷ୍ଠାନ ହେବ, ତାହା ଆଗାମୀ ଦିନରେ ଜଣାପଡ଼ିବ ।

ସୂଚନା ଯୋଗ୍ୟ ଯେ, ବରଗଡ଼ ଟାଉନ ଥାନାରେ ତୋରା ଗାଁର ୨୭ ବର୍ଷୀୟ ଗୋବିନ୍ଦ କୁମ୍ଭାରଙ୍କ ହାଜତ ମୃତ୍ୟୁ ହୋଇଥିଲା । ଗତ ୩୦ ତାରିଖରେ ଏକ ଗଣ୍ଡଗୋଳ ମାମଲାରେ ଗୋବିନ୍ଦଙ୍କ ନାମରେ ଏକ କେସ୍ ଦାୟର ହୋଇଥିଲା । ତେଣୁ ପୋଲିସ ଗୋବିନ୍ଦଙ୍କୁ ରାତିଅଧିଆ ଘରୁ ଉଠାଇ ଆଣିଥିବା ବେଳେ ସକାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଗୋବିନ୍ଦଙ୍କୁ ଥାନାରେ ନିସ୍ତୁକ ମାଡ଼ ମରାଯାଇଥିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କର ପରିବାର ଓ ଗ୍ରାମବାସୀ ଅଭିଯୋଗ କରିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ବରଗଡ଼ ସହରେ ତୀବ୍ର ଉତ୍ତେଜନା ଦେଖାଦେଇ ଥିବାରୁ ପରିସ୍ଥିତିକୁ ଏଡ଼ାଇବାକୁ ୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା ।

Get real time updates directly on you device, subscribe now.