fbpx

ଏହି ସବୁ ରୋଗକୁ ସହଜରେ ଜାଣିପାରନ୍ତି ନାହିଁ ଡାକ୍ତର, ଜାଣନ୍ତୁ କଣ ସେ ସବୁ

ଓଡ଼ିଶା ଭାସ୍କର ବ୍ୟୁରୋ: ଯେତେବେଳେ ବି ଶରୀରରେ କୌଣସି ପ୍ରକାର ଯନ୍ତ୍ରଣା ହୋଇଥାଏ ଆପଣ ମାନେ ପ୍ରଥମେ ଡାକ୍ତରଙ୍କ ପାଖକୁ ଯାଆନ୍ତି । ଆଶା ଥାଏ ଯେ, ଡାକ୍ତର ମାନେ ସହଜରେ ଜାଣିପାରନ୍ତି ଯେ ବ୍ୟକ୍ତିଟି କେଉଁ ରୋଗରେ ଆକ୍ରାନ୍ତ ଅଛି । ହେଲେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ରୋଗୀଙ୍କର ଅନେକ ଲକ୍ଷଣ ଦେଖାଯାଏ ରହିଛି ଯେଉଁଥିରୁ ଡାକ୍ତର ମାନେ ରୋଗ ସମ୍ପର୍କରେ ଜାଣିପାରନ୍ତି ନାହିଁ । ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ ରୋଗ ଏପରି ରହିଛି ଯାହାକୁ ଡାକ୍ତର ମାନେ ବି ଜାଣିପାରନ୍ତି ନାହିଁ ।

ଏହି କ୍ରମରେ ହରିଟେବୁଲ ବାଉଲ୍ ସିଣ୍ଡ୍ରୋମ ରୋଗରେ ପେଟର ତଳଭାଗରେ ଯନ୍ତ୍ରଣା ହୋଇଥାଏ । ଏହା ତିନିମାସ ପର୍ଯ୍ୟନ୍ତ ଚାଲିଥାଏ । ଡାକ୍ତର ମାନଙ୍କୁ ଏ ସମ୍ପର୍କରେ ଜାଣିବାକୁ ଅନେକ ସମୟ ଲାଗିଥାଏ । ସେହିପରି ଆଉ ଏକ ଡିଜିଜ୍ ହେଉଛି ସିଲିଏକ ୍ ଡିଜିଜ୍ । ଏହି ରୋଗରେ ଥକ୍କାପଣ, ହାଇରିୟା, ଓଜନ ହ୍ରାସ ଭଳି ସମସ୍ୟା ଦେଖାଦେଇଥାଏ । ଏହା ବ୍ୟତୀତ ଆଣଣ୍ଠୁ ଗଣ୍ଠିରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ଡିପ୍ରେସନ୍ ଭଳି ଲକ୍ଷଣ ଦେଖାଦେଇଥାଏ ।

ଆପେଣ୍ଡିସାଇଡ୍ସ ମଧ୍ୟ ଏହି ଭଳି ରୋଗ ମଧ୍ୟରୁ ଗୋଟିଏ । ଏହା ହେବାଦ୍ୱାରା ନାଭି ଆଖାପାଖରେ ଯନ୍ତ୍ରଣା ଅନୁଭବ ହୁଏ । ଏହି କାରଣରୁ ବାନ୍ତି, ଜ୍ୱର, କଫ ହୋଇଥାଏ । ତେବେ ଏହିସବୁ ଲକ୍ଷଣ କ୍ରୋହନ୍ସ ଡିଜିଜ୍, କୋଲାଇଟିସ୍ ରେ ମଧ୍ୟ ଦେଖା ଦେଇଥାଏ । ତେଣୁ ଏହି ରୋଗକୁ ଡାକ୍ତର ମାନେ ସହଜରେ ଜାଣିପାରନ୍ତି ନାହିଁ । ଏହା ବ୍ୟତୀତ ସ୍ଲିପ୍ ଏପନିଆ, ପାର୍କିସନ୍ସ ଡିଜିଜ୍, ହାଇପୋଥୟରାଡିଜ୍ମ ଭଳି ରୋଗ ରହିଛି ।

Get real time updates directly on you device, subscribe now.