fbpx

‘Honda’ର ଦଶହରା ଅଫର; ଏହି ସବୁ କାର ଉପରେ ମିଳୁଛି ବଡ଼ ରିହାତି

ନୂଆଦିଲ୍ଲୀ: ନବରାତ୍ରିକୁ ଦୃଷ୍ଟିରେ ରଖି ହୋଣ୍ଡା କାର୍ସ ଇଣ୍ଡିଆ ବୁଧବାର ଘୋଷଣା କରିଛି ଯେ ଏହାର ସମଗ୍ର ମଡେଲ୍ ଉପରେ ୫୩,୫୦୦ ଟଙ୍କା ପର୍ଯ୍ୟନ୍ତ ଅଫର ପ୍ରଦାନ କରୁଛି। ଗ୍ରାହକ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଅଫରର ଲାଭ ଉଠାଇପାରିବେ ।

ନବରାତ୍ରିର ଆରମ୍ଭ ଠାରୁ ଅକ୍ଟୋବର ୩୧, ୨୦୨୧ ପର୍ଯ୍ୟନ୍ତ ସମସ୍ତ ପ୍ରାଧିକୃତ କମ୍ପାନୀ ଡିଲରସିପରୁ ହୋଣ୍ଡା କାର କିଣିବା ସମୟରେ ଅନେକ ଆକର୍ଷଣୀୟ ଅଫର ପାଇପାରିବେ ବୋଲି କମ୍ପାନୀ ଏକ ବିବୃତ୍ତିରେ କହିଛି। ଗ୍ରାହକଙ୍କ ପାଇଁ ଏହି ବିଶେଷ ଅଫରରେ ନଗଦ ରିହାତି, ଆସେସୋରିଜ୍, ଲୟଲିଟି ବୋନସ୍ ଏବଂ ସ୍ୱତନ୍ତ୍ର ଏକ୍ସଚେଞ୍ଜ ଭଳି ସୁବିଧା ରହିଛି । କମ୍ପାନୀ ଏହାର ୫ମ ଜେନେରେସନ ହୋଣ୍ଡା ସିଟିରେ ୫୩,୫୦୦ ଟଙ୍କା, ୪ର୍ଥ ଜେନେରେସନ ହଣ୍ଡା ସିଟିରେ ୨୨,୦୦୦ ଟଙ୍କା, ଆମେଜ ଉପରେ ୧୮,୦୦୦ ଟଙ୍କା, ଡବ୍ଲୁଆର-ଭି ଉପରେ ୪୦,୧୦୦ ଟଙ୍କା ଏବଂ ଜାଜ୍ ଉପରେ ୪୫,୯୦୦ ଟଙ୍କା ପର୍ଯ୍ୟନ୍ତ ସୁବିଧା ପ୍ରଦାନ କରୁଛି।

Get real time updates directly on you device, subscribe now.