fbpx

୨ ସ୍କୁଲ ଶିକ୍ଷକଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣି ଥରେ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଛନ୍ତି ସାଧାରଣ ଜନତା । ଖବର ମିଳିଛି ଯେ, ଶ୍ରୀନଗରର ଇଦଗାହ ଅଞ୍ଚଳର ଏକ ସ୍କୁଲରେ ଗୁଳିକାଣ୍ଡ ହୋଇଛି, ଯେଉଁଥିରେ ୨ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ଆତଙ୍କବାଦୀମାନେ ସ୍କୁଲର ପ୍ରିନ୍ସପାଲ ଓ ଜଣେ ପୁରୁଷ ଶିକ୍ଷକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏହି ଆକ୍ରମଣ ଆତଙ୍କବାଦୀମାନେ କରିଥିବା ସନ୍ଦେହ ହେଉଛି ।

ଘଟଣା ପରେ ସୁରକ୍ଷାକର୍ମୀମାନେ ଅଞ୍ଚଳକୁ ଘେରାବନ୍ଦୀ କରିବା ସହିତ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଦିନ ଦ୍ୱିପହରରେ ପ୍ରିନ୍ସପାଲ ଓ ଶିକ୍ଷକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଗୁଳିକାଣ୍ଡ ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ଗୋଟିଏ ଦିନ ପୂର୍ବରୁ ଆତଙ୍କବାଦୀମାନେ କାଶ୍ମୀରର ୩ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲେ । ଅର୍ଥାତ୍ ଗତ ୪୮ ଘଣ୍ଟାରେ ୫ ଜଣଙ୍କୁ ହତ୍ୟା କଲେଣି ଆତଙ୍କବାଦୀ । ଏନେଇ ଦିଲ୍ଲୀରେ ଜରୁରୀ ବୈଠକ ଡାକିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।

Get real time updates directly on you device, subscribe now.