fbpx

କାର୍ ଧକ୍କାରେ ୨ ପିଲା ଗୁରୁତର

ଭୁବନେଶ୍ୱର: ୪ ପିଲାଙ୍କୁ ଧକ୍କା ଦେଲା କାର୍ । ପିପିଲି ନିକଟସ୍ଥ ଗୁଡ଼ିଆପୋଖରୀ ଠାରେ ଘଟିଛି ଏହି ଦୁର୍ଘଟଣା । ସନ୍ଧ୍ୟାରେ ଟ୍ୟୁସନ ଯାଉଥିବା ସମୟରେ ୪ ପିଲାଙ୍କୁ ଧକ୍କା ଦେଲା କାର ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର । ଗୁଡ଼ିଆପୋଖରୀ ସିଫା ଅଫିସ ନିକଟରେ ଧକ୍କା ଦେଲା କାର୍ । ଗୁରୁତର ଅବସ୍ଥାରେ ୨ ପିଲାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେବା ସହ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ ।

Get real time updates directly on you device, subscribe now.