fbpx

ସମଗ୍ର ଦେଶରେ ଲଞ୍ଚ ହେଲା BSNLର ୪ଜି ସେବା; ପ୍ରଥମ କଲ କଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଲଞ୍ଚ ହୋଇଯାଇଛି ବିଏସଏନଏଲର ୪ଜି ସେବା । କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ପ୍ରଥମ ବ୍ୟକ୍ତି ଭାବରେ ବିଏସଏନଏଲର ୪ଜି ନେଟୱର୍କ/ ବ୍ୟବହାର କରି କଲ କରିଛନ୍ତି । ପ୍ରଥମ କଲ କରିବା ନେଇ ନିଜ ଟ୍ୱିଟ୍ଟର ଆକାଉଣ୍ଟରେ ଶେୟାର କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଯୋଜନାର ରୂପାୟନ ସଠିକ୍ ଢଙ୍ଗରେ ହେଉଥିବା ନେଇ ସେ ମତ ଦେଇଛନ୍ତି । ସ୍ୱଦେଶୀ ୪-ଜି ନେଟୱର୍କ ବିଏସଏନଏଲରେ ପ୍ରଥମ କଲ କଲି । ଏହି ସେବା ଭାରତରେ ଡିଜାଇନ ହୋଇଥିବା ବେଳେ ସମ୍ପୂର୍ଣ୍ଣ ଭାବରେ ଭାରତରେ ନିର୍ମିତ ହୋଇଛି । ଏହା ସହିତ ମୋଦୀଙ୍କ ଆତ୍ମନିର୍ଭର ଭାରତ ଯୋଜନା ସଠିକ୍ ଦିଶାରେ ଯାଉଛି ବୋଲି ବୈଷ୍ଣବ କହିଛନ୍ତି ।


ଦେଶର ବିଭିନ୍ନ ପ୍ରାନ୍ତରେ ବିଏସଏନଏଲ ୪ଜି ସେବା ବର୍ତ୍ତମାନ ଆରମ୍ଭ ହୋଇଯାଇଛି । କମ୍ପାନୀ ତରଫରୁ ମାଗଣା ସିମ୍ ବଣ୍ଟା ଯାଉଥିବା ବେଳେ ଆସନ୍ତା ଡିସେମ୍ବର ୩୧ ତାରିଖ ଯାଏଁ ଏହା ଜାରି ରହିବ ବୋଲି କହିଛନ୍ତି ବୈଷ୍ଣବ । ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ଏହି ସେବା ଜାନୁୟାରୀ ୨୦୨୦ରୁ ଲାଗୁ କରାଯିବା ପାଇଁ ପ୍ରୟାସ ଆରମ୍ଭ ହୋଇସାରିଛି ।

Get real time updates directly on you device, subscribe now.