fbpx

ଅକ୍ଟୋବର-ନଭେମ୍ବର ପାଇଁ ଆସିଲା ପୂଜା ଗାଇଡଲାଇନ୍, ଜାଣନ୍ତୁ କ’ଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ କମିଥିଲେ ବି ସତର୍କ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି । ପାର୍ବଣ ଋତୁ ସମୟରେ ଭିଡ଼ ବଢ଼ୁଥିବାରୁ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି । ଏହାରି ମଧ୍ୟରେ ଅକ୍ଟୋବର ନଭେମ୍ବର ମାସର ପୂଜା ପାର୍ବଣ ନେଇ ଆସିଛି ଗାଇଡଲାଇନ୍ । ଲକ୍ଷ୍ମୀପୂଜା, କାଳୀ ପୂଜା, କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଜାରି ହୋଇଛି ଗାଇଡଲାଇନ୍ । ବିଏମସି ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରାଯାଇଛି । ବିଏମସି ଅଧିନରେ ପୂଜା ପାଇଁ କମିଶନରେଟ ପୋଲିସର ଅନୁମତି ଜରୁରି ।

ଏହା ବ୍ୟତୀତ ଗାଇଡଲାଇନ୍ ମୁତାବକ, ମଣ୍ଡପ/ପେଣ୍ଡାଲରେ ପୂଜା ବେଳେ ଶ୍ରଦ୍ଧାଳୁଙ୍କୁ ଆସିବା ମନା ହୋଇଛି । ଘର ଭିତରେ ପୂଜା କରିବା ଭଳି କେବଳ ରୀତିନୀତି ପାଳନ ହେବ । ମଣ୍ଡପ/ପେଣ୍ଡାଲର ୩ ପଟ ବନ୍ଦ ରହିବ । ୪ର୍ଥ ପଟ ଆବରଣ ରହିବ । ମୂର୍ତ୍ତ ଉଚ୍ଚତା ୪ ଫୁଟରୁ କମ୍ ହେବ । କୋଭିଡ ନିୟମ ମାନି ମଣ୍ଡପରେ ଏକାସାଙ୍ଗେ ୭ରୁ ଅଧିକ ଲୋକ ରହିବା ମନା ହୋଇଛି । ମୂର୍ତ୍ତି ବିସର୍ଜନ ବେଳେ ସର୍ବାଧିକ ୧୦ ଜଣଙ୍କୁ ଭାଗନେବାକୁ ଅନୁମତି ମିଳିବ ।

Get real time updates directly on you device, subscribe now.