fbpx

ଭାରତର ବଢ଼ିଲା ଚିନ୍ତା, ଚିହ୍ନଟ ହେଲା ଡେଲଟା ପ୍ଲସର ନୂଆ ଭାରିଆଣ୍ଟ: ରୁଷ୍ ଓ ବିଟ୍ରେନ ସହ ଅନେକ ଦେଶରେ ରଚି ସାରିଛି ତାଣ୍ଡବ

ନୂଆଦିଲ୍ଲୀ: କରୋନାକୁ ନେଇ ଭାରତ ପାଇଁ ଏକ ଚିନ୍ତାଜନକ ଖବର ସାମନାକୁ ଆସିଛି । ଦେଶରେ କରୋନାର ଏକ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ଡେଲଟା ପ୍ଲସର ଏୱାଇ.୪.୨ ଭାରିଆଣ୍ଟ ରୁଷ, ବ୍ରିଟେନ ଓ ୟୁରୋପ ସହ ଅନେକ ଦେଶରେ ତାଣ୍ଡବ ରଚିବା ପରେ ଭାରତକୁ ଫେରିଛି । ତେବେ ଏହି ନୂଆ ଭାରିଆଣ୍ଟ ଡେଲଟା ଭାରିଆଣ୍ଟଠାରୁ ଅଧିକ ସଂକ୍ରାମକ ବୋଲି କୁହାଯାଇଛି ।

ସିଏସଆଇଆର ଇନଷ୍ଟିଚ୍ୟୁଟ ଅଫ୍ ଜିନୋମିକ୍ସ ଆଣ୍ଡ ଇଣ୍ଟିଗ୍ରେଟିଭ୍ ବାୟୋଲୋଜିର ଡାଇରେକ୍ଟର ଡା. ଅନୁରାଗ ଅଗ୍ରୱାଲ କହିଛନ୍ତି ଯେ, ଏହି ଭାରିଆଣ୍ଟ ବ୍ରିଟେନରେ ହଇଚଇ ସୃଷ୍ଟି କରିସାରିଥିବା ବେଳେ ଭାରତରେ କିଛି ମାମଲା ଚିହ୍ନଟ ହୋଇଛି । ତେଣୁ ବୈଜ୍ଞାନିକମାନେ ଏହା ଉପରେ ନଜର ରଖିଛନ୍ତି । ଏହି ଭାରିଆଣ୍ଟ କୋଭିଡ୍ ଭ୍ୟାକ୍ସିନ ଦ୍ୱାରା ତିଆରି ହୋଇଥିବା ଇମ୍ୟୁନିଟିକୁ ଦୁର୍ବଳ କରିଦେଇଥାଏ । ମାତ୍ର ଏନେଇ କୌଣସି ପ୍ରମାଣ ହସ୍ତଗତ ହୋଇନାହିଁ । ତେବେ ଏହା ନୂଆ ମ୍ୟୁଟେସନ ସହିତ ଯୋଡ଼ି ହୋଇ ରହିବା ଓ ଏହାର ସଂକ୍ରମଣରୁ ବ୍ୟାପୁଥିବା ବିମାରୀ ବିଷୟରେ କମ୍ ପ୍ରମାଣ ମିଳିଥିବା ସେ କହିଛନ୍ତି । ଖୁବଶୀଘ୍ର ଏହି ଭାରିଆଣ୍ଟର ସଂକ୍ରମିତଙ୍କ ସଂଖ୍ୟା ଘୋଷଣା କରାଯିବ । ଗତ ୧୧ ତାରିଖ ସୁଦ୍ଧା ଭାରତରେ ୪ ହଜାର ୭୩୭ଟି ଏୱାଇ ଭାରିଆଣ୍ଟ ମିଳିଛି ବୋଲି କରୋନାର ଜିନୋମିକ ସିକୁଏନ୍ସିଂ ଉପରେ କାର୍ଯ୍ୟ କରୁଥିବା ସଂଘ ଇନସାକୋଗର ଜଣେ ବୈଜ୍ଞାନିକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.