fbpx

ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାରେ ଟିମ୍ ଇଣ୍ଡିଆର ୩ ବଡ ପରିବର୍ତ୍ତନ ! ପାକିସ୍ତାନ ମ୍ୟାଚରେ ସାମ୍ନାକୁ ଆସିଥିଲା ଦୁର୍ବଳତା

ନୂଆଦିଲ୍ଲୀ : ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳକୁ ଟି-୨୦ ବିଶ୍ୱ କପ୍ ୨୦୨୧ର ସୁପର ୧୨ ରାଉଣ୍ଡରେ ନିଜର ପ୍ରଥମ ମ୍ୟାଚରେ ପରାଜୟର ମୁହଁ ଦେଖିବାକୁ ପଡିଛି । ଦଳ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠୁ ପରାଜିତ ହୋଇଛି । ବିଶ୍ୱ କପ୍ ଇତିହାସରେ ଭାରତ ପାକିସ୍ତାନ ନିକଟରୁ ପ୍ରଥମ ପରାଜୟ ଭୋଗିଛି । ଏହି ମ୍ୟାଚରେ ଭାରତୀୟ ଦଳ ଯେଉଁଭଳି ଶୋଚନୀୟ ପ୍ରଦର୍ଶନ କରିଛି ତାର ଖୁବ୍ ସମାଲୋଚନା କରାଯାଉଛି । ପୁଣି ଦଳ ଚୟନ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

ହାର୍ଦ୍ଦିକ ପାଣ୍ଡ୍ୟା ଓ ଭୁବନେଶ୍ୱର କୁମାରଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ଦେବା ଏବଂ ଆର ଅଶ୍ୱିନଙ୍କୁ ବାହାରେ ବସାଇବା ନେଇ ପ୍ରଶ୍ନ ଉଠିଛି । ଗତ କିଛି ସମୟରୁ ବୋଲିଂ କରୁନଥିବା ପାଣ୍ଡ୍ୟାଙ୍କୁ ଜଣେ ବ୍ୟାଟସମ୍ୟାନ ଭାବେ ଦଳରେ ସାମିଲ୍ କରାଯାଇଥିଲା । ଅନ୍ୟପଟେ ଭୁବନେଶ୍ୱର କୁମାର ମଧ୍ୟ ଲୟରେ ନାହାନ୍ତି । ଆଇପିଏଲରେ ମଧ୍ୟ ସେ ଫ୍ଲପ୍ ହୋଇଥିଲେ ।

ପାକିସ୍ତାନ ନିକଟରୁ ହାରିବା ପରେ ଏବେ ଭାରତକୁ ଅକ୍ଟୋବର ୩୧ରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ଜିତିବା ଜରୁରୀ ହୋଇ ପଡିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଛୋଟ ଭୁଲ ଦଳକୁ ମହଙ୍ଗା ପଡିପାରେ । ପାକିସ୍ତାନ ବିପକ୍ଷରେ ଭାରତକୁ ମିଳିଥିବା ପରାଜୟର ସବୁଠୁ ବଡ କାରଣ ଟିମ୍ କମ୍ବିନେସନ ରହିଛି । ପ୍ରଥମ ମ୍ୟାଚରେ ହିଁ ଦଳର ଦୁର୍ବଳତା ସାମ୍ନାକୁ ଆସି ଯାଇଛି । ଏମିତିରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ୩ ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇପାରେ ।
ଏହି ତିନି ଜଣଙ୍କୁ ମିଳିପାରେ ସୁଯୋଗ

ପାଣ୍ଡ୍ୟା ଆହତ ହୋଇଛନ୍ତି ଏବଂ ବୋଲିଂ ମଧ୍ୟ କରି ପାରୁ ନାହାନ୍ତି । ତେଣୁ ଦଳ ସନ୍ତୁଳନ ପାଇଁ ତାଙ୍କ ସ୍ଥାନରେ ଇଶାନ କିଶନଙ୍କୁ ସୁଯୋଗେ ମିଳିପାରେ । ଅନୁଭବୀ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ବରୁଣ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ସୁଯୋଗ ଦିଆଯାଇପାରେ । ଲୟରେ ନଥିବା ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁରଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ ।

ପାକିସ୍ତାନ ବିପକ୍ଷ ମୁକାବିଲାରେ ବରୁଣଙ୍କଠାରେ ଆତ୍ମ ବିଶ୍ୱାସର ଅଭାବ ଦେଖିବାକୁ ମିଳିଥିଲା । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଦଳ ଉପରେ ଅଧିକ ଚାପ ରହିବ । ତେଣୁ ଦଳକୁ ସେହି ପରି ବୋଲର ଦରକାର ଯିଏ ଏମିତି ପରିସ୍ଥିତିରେ କେମିତି ବୋଲିଂ କରାଯିବ ବେଶ ଭଲ ଭାବେ ଜାଣିଥିବେ। ଭାରତ ପାଖରେ ଏହି ସମୟରେ ଅଶ୍ୱିନଙ୍କଠୁ ଭଲ ବିକଳ୍ପ ହୋଇ ପାରିବେ ନାହିଁ ।

 

 

Get real time updates directly on you device, subscribe now.