fbpx

ନୂଆବର୍ଷରେ ସରକାରୀ କର୍ମଚାରୀଙ୍କୁ ମିଳିବ ଖୁସିଖବର! ଦରମା ସହିତ ହୋଇପାରେ ବଡ଼ ଘୋଷଣା

ନୂଆଦିଲ୍ଲୀ: କର୍ମଚାରୀଙ୍କୁ ପୁଣି ମିଳିପାରେ ଖୁସିଖବର । ନୂଆବର୍ଷ ଅବସରରେ ନିଜ କର୍ମଚାରୀଙ୍କୁ ଉପହାର ଦେଇପାରନ୍ତି କେନ୍ଦ୍ର ସରକାର । ଏହା ପୂର୍ବରୁ ଦୀପାଳବୀ ଅବସରରେ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରିଥିଲେ । ପୁଣିଥରେ କର୍ମଚାରୀଙ୍କୁ ଖୁସିଖବର ଦେଇପାରନ୍ତି ସରକାର । ଜାନୁଆରୀ ୨୦୨୨ର ଆରମ୍ଭରେ ଘର ଭଡା ଭତ୍ତା ବା HRA ବଢ଼ାଇବାକୁ ସରକାର ଘୋଷଣା କରିପାରନ୍ତି ।

୧୧.୫୬ ଲକ୍ଷରୁ ଅଧିକ କର୍ମଚାରୀଙ୍କ HRA ଲାଗୁ କରିବା ପାଇଁ ଅର୍ଥ ମନ୍ତ୍ରଣାଳୟ ମନ୍ଥନ ଆରମ୍ଭ କରିଛି । ଏହି ପ୍ରସ୍ତାବର ଅନୁମୋଦନ ପାଇଁ ରେଳ ବୋର୍ଡକୁ ଏକ ପ୍ରସ୍ତାବ ମଧ୍ୟ ପଠାଯାଇଛି । ଯଦି ଏହି ପ୍ରସ୍ତାବ ଅନୁମୋଦନ ହୁଏ, ତେବେ କର୍ମଚାରୀମାନଙ୍କୁ ଜାନୁଆରୀ ୨୦୨୧ ରେ ଏଚଆରଏ ମିଳିବ ।

ତେବେ ଯେଉଁ ସହରଗୁଡିକର ଜନସଂଖ୍ୟା ୫୦ ଲକ୍ଷରୁ ଅଧିକ, ସେମାନେ ‘X’ ବର୍ଗରେ ଆସନ୍ତି । ଏହା ସହ ଯେଉଁମାନଙ୍କର ଜନସଂଖ୍ୟା ୫ ଲକ୍ଷରୁ ଅଧିକ, ସେମାନେ ‘Y ‘ ବର୍ଗ ଓ ୫ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହରଗୁଡିକ ‘Z’ ବର୍ଗରେ ଆସନ୍ତି । ତିନୋଟି ବର୍ଗ ପାଇଁ ସର୍ବନିମ୍ନ HRA ୫୪୦୦, ୩୬୦୦ ଏବଂ ୧୮୦୦ ଟଙ୍କା ହେବ । ଏହା ପୂର୍ବରୁ ଝାଡଖଣ୍ଡ ସରକାର ନିଜର ସମସ୍ତ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତାକୁ ୩ % ବୃଦ୍ଧି କରିଛନ୍ତି ଓ ଏହା ଚଳିତବର୍ଷ ଜୁଲାଇରୁ ଲାଗୁ ହେବ ।

Get real time updates directly on you device, subscribe now.